IRCTC'ରେ ବନ୍ଦ ହେଲା ଟିକେଟ୍ ବୁକିଂ, ଜାଣନ୍ତୁ କାରଣ
IRCTC Breaking: ଅନଲାଇନ୍ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ । ଚିନ୍ତାରେ ଲୋକେ । ଟ୍ରେନ୍ ଟିକେଟ ବୁକ କରିବା ପାଇଁ ସମସ୍ତ ପ୍ରଥମେ ଆଇଆଇସିଟିସି ସାଇଟ୍ ଖୋଲି ଚେକ୍ କରିଥାନ୍ତି । ହେଲେ ବର୍ତ୍ତମାନ ଦେଶର ସବୁଠୁ ବଡ଼ ରେଳ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ଦେଖା ଦେଇଛି ତୃଟି । ତେବେ ଚାଲନ୍ତୁ ଜାଣିବା IRCTCରେ ଆଗକୁ ହୋଇ ପାରିବ ତ ଟିକେଟ୍ ।

ସୂଚନା ଅନୁସାରେ, IRCTC'ରେ ଟିକେଟ୍ ବୁକିଂ ବନ୍ଦ ହୋଇଯାଇଛି । ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ ଟିକେଟ୍ ବୁକିଂ ହୋଇପାରୁନାହିଁ । ଫଳରେ ଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ସହ ଟ୍ୱିଟ୍ କରି ଅସନ୍ତୋଷ ଜାହିର କରିଛନ୍ତି ଲୋକେ । ତେବେ ବୈଷୟିକ ତ୍ରୁଟି ଯୋଗୁଁ ଅନଲାଇନ୍ ଟିକେଟ୍ ବୁକିଂ ହୋଇପାରୁ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଆଇଆରସିଟିସି ବିଭାଗ୍












Click it and Unblock the Notifications