ଟ୍ରେନରେ ଖାଇବା ହେବ ମହଙ୍ଗା
ଟ୍ରେନରେ ଖାଇବା ହେବ ମହଙ୍ଗା। ଏଣିକି ପୂର୍ବରୁ ଖାଇବା ବୁକ୍ କଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ।
ନୂଆଦିଲ୍ଲୀ : ଟ୍ରେନରେ ଖାଇବା ହେବ ମହଙ୍ଗା। ଏଣିକି ପୂର୍ବରୁ ଖାଇବା ବୁକ୍ କଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ। ରେଲୱେ କ୍ୟାଟରିଂ ସେବା ଦରରେ ଏପରି ପରିବର୍ତ୍ତନ ହୋଇଛି। ନୂଆ ନିୟମ ଅନୁସାରେ, ପୂର୍ବରୁ ଖାଦ୍ୟ ବୁକ୍ ନକଲେ ଆପଣଙ୍କୁ 50 ଟଙ୍କା ଅତିରିକ୍ତ ସର୍ଭିସ୍ ଚାର୍ଜ ଦେବାକୁ ହେବ। ହେଲେ ବିବାଦ ହେବା ପରେ ଟ୍ରେନ୍ ଗୁଡ଼ିକରେ ଚା' କୁ ରିହାତି ମିଳିଛି ।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍ରେ 20 ଟଙ୍କାର ଚା ନେଇଥିଲେ , ହେଲେ ତାଙ୍କୁ 70 ଟଙ୍କା ଦେବାକୁ ପଡ଼ିଥିଲା। ଏହା ଉପରେ ରେଲୱେ ଦର୍ଶାଇ ଥିଲା କି, ଯାତ୍ରୀ ଜଣଙ୍କ ପୂର୍ବରୁ ଭୋଜନ ବୁକ୍ କରିନଥିଲେ , ଏଥିପାଇଁ ପୂର୍ବରୁ ହିଁ ଅର୍ଡର ଉପରେ ତାଙ୍କ ଠାରୁ 50ଟଙ୍କା ସର୍ଭିସ୍ ଚାର୍ଜ ଭାବେ ନିଆଯାଇ ଥିଲା। ହେଲେ ରେଲୱେର ନୂଆ ଆଦେଶରେ ଚା'କୁ ଏହି ମାମଲାରେ ରିହାତି ଦିଆଯାଇଛି।
ହେଲେ ରାଜଧାନୀ , ଶତାବ୍ଦୀ ଓ ଦୁରନ୍ତ ଭଳି ପ୍ରିମିୟମ୍ ଟ୍ରେନ୍ ଗୁଡ଼ିକରେ ଯଦି ଆପଣ ଭୋଜନ ପୂର୍ବରୁ ବୁକୁ ନକରନ୍ତି ତ ଏଥିପାଇଁ ଆପଣଙ୍କୁ 50 ଟଙ୍କାରୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଏହି ଟଙ୍କା ଜଳଖିଆ ଠାରୁ ନେଇ ଭୋଜନ ଓ ସ୍ନାକ୍ସ ଉପରେ ଲାଗୁ ହେବ ।
ନୂଆ ପ୍ରାଇମ୍ ଚାର୍ଟ :
ରେଳ ବିଭାଗର ନୂଆ ଆଦେଶ ଅନୁସାରେ , ଯାତ୍ରୀଙ୍କ ପକେଟ୍ ଉପରେ ଏହିପରି ପ୍ରଭାବ ପଡ଼ିବ :
ରାଜଧାନୀ , ଶତାବ୍ଦୀ ଓ ଦୁରନ୍ତ ଭଳି ଟ୍ରେନ୍ର ଏସି-1 କ୍ଲାସ୍ରେ ଯଦି ଆପଣ ପୂର୍ବରୁ ଖାଇବା ବୁକ୍ କରି ନାହାନ୍ତି ତ ଜଳଖିଆ ପାଇଁ ଆପଣଙ୍କୁ 140 ଟଙ୍କା ସ୍ଥାନରେ 190ଟଙ୍କା ଦେବାକୁ ପଡ଼ିବ , ଏସି-2 , ଏସି-3 ଓ ଚେୟାର କାର ପାଇଁ ଆପଣଙ୍କୁ 105ଟଙ୍କା ବଦଳରେ 155ଟଙ୍କା ଦେବାକୁ ହେବ । ସେପଟେ ଲଞ୍ଚ ଓ ଡିନର ଏସି-1ର ଯାତ୍ରୀଙ୍କ ପାଇଁ 245ଟଙ୍କା ସ୍ଥାନରେ 295ଟଙ୍କା ହେବ । ଏସି 2 କିମ୍ବା 3 ଏସି, ଏସି ଚେୟାର କାର୍ ପାଇଁ 150ଟଙ୍କା ସ୍ଥାନରେ 235ଟଙ୍କା ହେବ । ଚା ସହ ସ୍ନାକ୍ସ ନେଲେ 240ଟଙ୍କା ସ୍ଥାନରେ 190 ଟଙ୍କା ଦେବାକୁ ହେବ ।












Click it and Unblock the Notifications