ବାତ୍ୟା 'ଦାନା' ପାଇଁ ୩୦୦ ଟ୍ରେନ୍ ବାତିଲ
Cyclone Dana: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଦାନା' ଏକ ଭୟଙ୍କର ରୂପ ନେଇଛି, ଆଜି ମଧ୍ୟରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକାରୁ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ରହିଛି ।
ଏହି ବାତ୍ୟାକୁ ନଜରରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ରେଳବାଇ 300 ରୁ ଅଧିକ ଟ୍ରେନକୁ ବାତିଲ କରିଦେଇଛି।
ଦକ୍ଷିଣ ପୂର୍ବ ରେଳବାଇ 150 ରୁ ଅଧିକ ଏକ୍ସପ୍ରେସ ଏବଂ ଯାତ୍ରୀବାହୀ ଟ୍ରେନକୁ ବାତିଲ କରିଦିଆ ଯାଇଛି । ବାତିଲ ହୋଇଥିବା ଟ୍ରେନରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ, କାମାଖିଆ-ୟେସବନ୍ତପୁର ଏସି ଏକ୍ସପ୍ରେସ, ହାୱଡା-ପୁରୀ ଶତାବଦି ଏକ୍ସପ୍ରେସ, ହାୱଡା -ଭୁବନେଶ୍ୱର ଶତାବାଦି ଏକ୍ସପ୍ରେସ ଏବଂ ହାୱଡା-ୟେସବନ୍ତପୁର ଏକ୍ସପ୍ରେସ ଅନ୍ତର୍ଭୁକ୍ତ। ଏସଇଆର୍ ଅଧିକାରୀ କହିଛନ୍ତି ବାତିଲ ହୋଇଥିବା ଟ୍ରେନ୍ 23 ରୁ 25 ଅକ୍ଟୋବର ମଧ୍ୟରେ ନିଜ ପ୍ରାରମ୍ଭିକ ଷ୍ଟେସନ ବାହାରି ଥାନ୍ତା ।

ବାତିଲ ହୋଇଥିବା ଟ୍ରେନର ତାଲିକା
ହାୱଡା-ସିକନ୍ଦରାବାଦ ଫଲନାମା ଏକ୍ସପ୍ରେସ୍
କାମାକ୍ଷା-ୟସନ୍ତପୁର ଏସି ଏକ୍ସପ୍ରେସ
ହାୱଡା-ପୁରୀ ଶତାବଦି ଏକ୍ସପ୍ରେସ
ହାୱଡା --ଭୁବନେଶ୍ୱର ଶତାବଦି ଏକ୍ସପ୍ରେସ
ହାୱଡା-ୟେସବନ୍ତପୁର ଏକ୍ସପ୍ରେସ
ହାୱଡା-ସିକନ୍ଦରାବାଦ ଏକ୍ସପ୍ରେସ
ଶାଲିମାର ପୁରୀ
କାମାକ୍ଷା-ବେଙ୍ଗାଲୁରୁ
ନୂଆଦିଲ୍ଲୀ-ବାଙ୍ଗାଲୋର
ଶାଲିମାର-ହାଇଦ୍ରାବାଦ,
ହାୱଡା-ପୁରୀ ଇତ୍ୟାଦି












Click it and Unblock the Notifications