ଭୁବନେଶ୍ୱରରେ ହେବ IRC ଅଧିବେଶନ:ଯୋଗଦେବେ ନୀତିନ ଗଡ଼କରି

ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ । ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି।

ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି। ଓଡ଼ିଶାର କଳା, ସଂସ୍କୃତି ସହିତ ପର୍ଯ୍ୟଟନ, ହସ୍ତଶିଳ୍ପ, ହସ୍ତତନ୍ତ ସମେତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ବାଦ ନେବେ ଅତିଥି। ଓଡ଼ିଶାରେ ୬ଷ୍ଠ ଥର ପାଇଁ ଆୟୋଜିତ ହେଉଥିବା ଏହି ସଡ଼କ ମହାକୁମ୍ଭ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

IRC session

ସୂଚନା ଅନୁସାରେ ଏହି ସମ୍ମିଳନୀରେ ଭିଭିଆଇପି, ଭିଆଇପିଙ୍କ ସମେତ ୨୦୦୦ରୁ ଅଧିକ ଲୋକ ଯୋଗଦେବେ। ସେମାନଙ୍କ ରହିବା ପାଇଁ ଇତିମଧ୍ୟରେ ଭୁବନେଶ୍ବରରେ ଥିବା ୩ ତାରକାରୁ ନେଇ ୫ ତାରକା ପର୍ଯ୍ୟନ୍ତ ହୋଟେଲରେ ୧୦୫୦ କୋଠରି ବୁକ୍ ହୋଇସାରିଛି। ଅତିଥିଙ୍କ ଯିବା ଆସିବା ପାଇଁ ୬୨୦ କାର୍ ଯୋଗାଇ ଦିଆଯିବ। ଆଇଆରସି ମଞ୍ଚରେ ଓଡ଼ିଆ କଳାକାରଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ ସହିତ ସମ୍ମିଳନୀ ପରିସରରେ ଓଡ଼ିଆ କଳା ସଂସ୍କୃତି ଆଧାରିତ ବିଭିନ୍ନ କାରୁକାର୍ଯ୍ୟ ସ୍ଥାନ ପାଇବ। ଖୋଲା ଆକାଶ ତଳେ ସ୍ଥାନିତ ହେବାକୁ ଥିବା ଫୁଡ୍ କୋର୍ଟରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଅତିଥିଙ୍କ ପାଇଁ ପରଶା ଯିବ। ଏଥିସହ ବିଭିନ୍ନ ସ୍ଥାନରେ ୫ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ବ୍ୟବସ୍ଥା କରାଯିବ।

ସମ୍ମିଳନୀ ଅବସରରେ ଅତିଥିଙ୍କୁ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ସୁବିଧା ଉପଲବ୍ଧ କରାଯିବ। ସଭା ସ୍ଥଳ ଏବଂ ବିଭିନ୍ନ ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳ ପରିଦର୍ଶନ ସମୟରେ ଅତିଥିଙ୍କ ସୁରକ୍ଷା ଦାୟିତ୍ବ ଗୃହ ବିଭାଗ ଏବଂ ଜିଲା ପ୍ରଶାସନ ଉପରେ ରହିବ। ସେହିପରି ଅତିଥିଙ୍କ ପାଇଁ ଓଡ଼ିଆ ପରମ୍ପରା ଆଧାରିତ ବିଷୟବସ୍ତୁକୁ ନେଇ ବୟନିକା ଓ ଉତ୍କଳିକା ପକ୍ଷରୁ ୨୫୦୦ କିଟ୍ ଯୋଗାଇ ଦିଆଯିବ। ୮୪ତମ ଆଇଆରସି ବାର୍ଷିକ ସମ୍ମିଳନୀ ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ଏବଂ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ। ଭୁବନେଶ୍ବର, କଟକ, ପୁରୀ ଜିଲାରେ ବିରାଟକାୟ ହୋର୍ଡିଂ ଲଗାଯିବ, ଯେଉଁଥିରେ ଓଡ଼ିଆ ପରମ୍ପରା, ପର୍ଯ୍ୟଟନସ୍ଥଳର ଝଲକ ଦେଖିବାକୁ ମିଳିବ। ବିମାନବନ୍ଦର, ରେଳ ଷ୍ଟେସନ, ମୁଖ୍ୟ ସଡ଼କ, ଅତିଥି ରହୁଥିବା ହୋଟେଲ ଆଦି ନିକଟରେ ହୋର୍ଡିଂ ଲଗାଯିବ।

ଅପରପକ୍ଷେ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ଅତିଥିଙ୍କୁ ପାରମ୍ପରିକ ରୀତି ନୀତିରେ ସ୍ବାଗତ କରାଯିବ। ଉଭୟ ସ୍ଥାନରେ ସରକାରଙ୍କ ପକ୍ଷରୁ ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ୮୪ତମ ଆଇଆରସି ସମ୍ମିଳନୀ ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ। ଉଦ୍ୟାନ କୃଷି ବିଭାଗ ଏବଂ ବିଡିଏ ପକ୍ଷରୁ ଭୁବନେଶ୍ବରକୁ ଆକର୍ଷଣୀୟ ପୁଷ୍ପ, ବୃକ୍ଷରେ ସଜ୍ଜିତ କରାଯିବ। ନଭେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ସମ୍ମିଳନୀ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସହିତ ଆଇଆଇଟି, ଏନ୍ଆଇଟି, ଭିସୁଟ୍, ଆଇଏମ୍‌ଏମ୍‌ଟି ଭଳି ଜାତୀୟ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିକ୍ଷାବିତ୍, ବିଦ୍ବାନ, ବିଶେଷଜ୍ଞ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦେଶର ସଡ଼କଗୁଡ଼ିକୁ କିପରି ଅଧିକ ଉପଯୋଗୀ ଏବଂ ସୁରକ୍ଷିତ କରିହେବ ତାହା ଉପରେ ଆଲୋଚନା ହେବ। ଏହା ପୂର୍ବରୁ ଭୁବନେଶ୍ବରରେ ୧୯୫୪, ୧୯୮୨, ୧୯୯୪, ୨୦୦୫, ୨୦୧୫ରେ ଆଇଆରସି ଆୟୋଜିତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+