କଳା କପଡ଼ାରେ ଢ଼ଙ୍କା ଗଲା ଇରାକ ରାଷ୍ଟ୍ରପତିଙ୍କ ଚେୟାର, ଜାଣନ୍ତୁ ଏହା ପଛର ରହସ୍ୟ

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି।

Iraqi

ଏହାର କାରଣ କେବଳ ଶୋକର ସଙ୍କେତ ନୁହେଁ, ବରଂ ଏକ ବିଶେଷ ଧାର୍ମିକ କାରଣ ମଧ୍ୟ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘୋଷଣା ପରେ ଇରାନର କ୍ୟାବିନେଟ୍ ଏକ ଜରୁରୀ କାଳୀନ ବୈଠକ ଡାକିଥିଲା ଏବଂ ଏହା ପରେ ସମବେଦନା ବାର୍ତ୍ତା ଦେଇ କହିଛି ଯେ ରାଇସି ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଏହି ରିପୋର୍ଟ ସହ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ରାଇସିଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଟେବୁଲ ଉପରେ ତାଙ୍କ ଫଟୋ ରଖାଯାଇଛି।

ଏହା ପଛର କାରଣ ହେଉଛି ଇବ୍ରାହିମ ରାଇସିଙ୍କ ଶୋକ ଓ ଧାର୍ମିକ ନୀତି, ଯେଉଁଥିରେ ସେ ସବୁବେଳେ କଳା ପଗଡ଼ି ପିନ୍ଧିଥିଲେ। ବାସ୍ତବରେ ତାଙ୍କୁ ଇସଲାମ ଧର୍ମର ପ୍ରବର୍ତ୍ତକ ମହମ୍ମଦଙ୍କ ବଂଶଧର ବୋଲି ବିବେଚନା କରାଯାଏ । ସେଥିପାଇଁ ସେ ସବୁବେଳେ କଳା ପଗଡ଼ି ପିନ୍ଧୁଥିଲେ। ଏଥିପାଇଁ ରାଇସିଙ୍କ ମୃତ୍ୟୁ ପରେ ଇରାନ କ୍ୟାବିନେଟ ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦେଇଛି।

ଅନ୍ୟପକ୍ଷରେ ରାଇସିଙ୍କ ମୃତ୍ୟୁରେ ଭାରତ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସମ୍ମାନରେ ଭାରତ ସରକାର ମଇ ୨୧ରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+