Get Updates
Get notified of breaking news, exclusive insights, and must-see stories!

ଇରାନ ଇସ୍ରାଏଲ ଯୁଦ୍ଧ ; କାହା ପାଖରେ ରହିଛି ସୁପର ପାୱାର, ଇରାନ ନା ଇସ୍ରାଏଲ

ଇସ୍ରାଏଲ ଉପରେ ଇରାନ ପ୍ରତ୍ୟକ୍ଷ କ୍ଷେପଣାସ୍ତ୍ର ମାଡ କରିବା ପରେ ବିଶ୍ୱରେ ଆଉ ଏକ ବଡ ଯୁଦ୍ଧ ଘନେଇଛି। ଇସ୍ରାଏଲର ସମାରିକ ଘାଟିକୁ ଟାର୍ଗେଟ କରି ଇରାନ ଏହି କ୍ଷେପଣାସ୍ତ୍ର ମାଡ କରିଥିବା କୁହାଯାଉଛି। ଅନ୍ୟପଟେ ଇରାନକୁ ଏହାର କଡା ଜବାବ ଦିଆଯିବ ବୋଲି ଇସ୍ରାଏଲ କହିଛି। ଉଭୟ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଆହୁରି ବଢିଯାଇଛି। ଯଦି ଇରାନ ଓ ଇସ୍ରାଏଲ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ ହୁଏ ତେବେ କିଏ କାହା ଉପରେ ଭାରି ପଡ଼ିବ ଚାଲନ୍ତୁ ଜାଣିବ। ଇରାନ ଓ ଇସ୍ରାଏଲ ମଧ୍ୟରେ କାହାର ସେନା ଅଧିକ ଶକ୍ତିଶାଳୀ ଏବଂ କାହା ପାଖରେ କେତେ ଅସ୍ତ୍ରଶସ୍ତ୍ର ରହିଛି।

Iran Israel War

କେତେ ଶକ୍ତଶାଳୀ ଇରାନ?
ସେନା: ଇରାନର ଜନସଂଖ୍ୟା ୯କୋଟି। ଇରାନର ମୋଟ ଜିଡିପି ହେଉଛି ୪୧୩ ବିଲିୟନ ଡଲାର। ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଫର୍‌‌ ଷ୍ଟ୍ରାଟେଜିକ୍‌‌ ଷ୍ଟଡିଜ୍‌‌ ଅନୁଯାୟୀ, ଇରାନର ପ୍ରତିରକ୍ଷା ବଜେଟ ୭.୪ ବିଲିୟନ ଡଲାର, ଯାହାକି ମୋଟ ଜିଡିପିର ପ୍ରାୟ ଦୁଇ ପ୍ରତିଶତ। ଇରାନ ହେଉଛି ବିଶ୍ୱର ୧୪ତମ ବୃହତ୍ତମ ସାମରିକ ବାହିନୀ ଏବଂ ମଧ୍ୟପ୍ରାଚ୍ୟର ସର୍ବବୃହତ ସାମରିକ ବାହିନୀ। ଇରାନ ସେନାରେ ୫,୮୦,୦୦୦ସୈନିକ ଥିବାବେଳେ ୨ଲକ୍ଷ ରିଜର୍ଭ ଫୋର୍ସ ରହିଛି। କହିବାକୁ ଗଲେ ଇରାନ ପାଖରେ ମୋଟ ସୈନିକ ସଂଖ୍ୟା ୭,୮୦,୦୦୦ ହେବ।
ଅସ୍ତ୍ରଶସ୍ତ୍ର: ଇରାନର ସବୁଠାରୁ ବଡ ଶକ୍ତି ହେଉଛି ଏହାର ବାଲାଷ୍ଟିକ୍‌‌ କ୍ଷେପଣାସ୍ତ୍ର। ଆମେରିକାର ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ରିପୋର୍ଟ ଅନୁଯାୟୀ ସମଗ୍ର ମଧ୍ୟପ୍ରାଚ୍ୟରେ ଥିବା ଇରାନ ପାଖରେ ସବୁଠାରୁ ଅଧିକ ବାଲାଷ୍ଟିକ୍‌‌ କ୍ଷେପଣାସ୍ତ୍ର ରହିଛି। ୧୯୮୦ ଦଶକରେ ପଡୋଶୀ ଇରାକ ସହ ଯୁଦ୍ଧ ସମୟରେ ଇରାନ ନିଜର କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ କାମ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ଦଶନ୍ଧିରେ ସେ ଶତାଧିକ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ରକୁ ବିକଶିତ କରିଥିଲା।
ଇରାନ ପାଖରେ 'ସେଜିଲ୍‌‌' ନାମକ ଏକ କ୍ଷେପଣାସ୍ତ୍ର ରହିଛି ଯାହା ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ୨୫୦୦ କି.ମି ପର୍ଯ୍ୟନ୍ତ ଯାଇପାରିବ। ସେହିପରି 'ଖେବର' କ୍ଷେପଣାସ୍ତ୍ରର ରେଞ୍ଜ ୨୦୦୦ କି.ମି ରହିଥିବା ବେଳେ 'ହଜ୍‌‌ କାସେମ୍‌‌' ୧୪୦୦ କି.ମି ପର୍ଯ୍ୟନ୍ତ ଯାଇପାରିବ। ଏହାସହିତ ଇରାନ ପାଖରେ କେଏଚ୍‌‌-୫୫ ଭଳି କ୍ରୁଜ୍‌‌ କ୍ଷେପଣାସ୍ତ୍ର ମଧ୍ୟ ରହିଛି। ଯାହାର କ୍ଷମତା ପରମାଣୁ ଭଳି ହୋଇଥିବା ଦାବି କରାଯାଏ।
ପରମାଣୁ ଅସ୍ତ୍ର: ଇରାନ ପାଖରେ ପରମାଣୁ ଅସ୍ତ୍ର ରହିଥିବା ଦାବି କରାଯାଉଛି। ତେବେ ଇରାନ କେବେ ବି ଏହାକୁ ଖୋଲାଖୋଲି ସ୍ୱୀକାର କରିନାହିଁ।
ବାୟୁସେନା ଓ ନୌସେନା: ଇରାନ ପାଖରେ ୨୭୩ଟି ଲଢୁଆ ବିମାନ ରହିଛି। ଏହାବ୍ୟତୀତ ୫୦ରୁ ଅଧିକ ହେଲିକପ୍ଟର, ୨୪୦ ପରିବହନ ହେଲିକପ୍ଟର, ୧୭୮୩ଟି ଟ୍ୟାଙ୍କ, ୫୭୨ଟି ବଙ୍କର ଗାଡ ରହିଛି। ଇସ୍ରାଏଲ ତୁଳନାରେ ଇରାନର ନୌସେନା ଅତ୍ୟାଧୁନିକ ନୁହେଁ। କିନ୍ତୁ ଏଥର ପାଖାପାଖି ୨୨୦ଟି ଜାହାଜ ରହିଛି। ଇସ୍ରାଏଲ ପାଖରେ ମାତ୍ର ୬୦ଟି ଜାହାଜ ରହିଛି।
ହାଇପରସୋନିକ୍‌‌ କ୍ଷେପଣାସ୍ତ୍ର: ଇରାନ ଏଥର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହାଇପରସୋନିକ୍‌‌ କ୍ଷେପଣାସ୍ତ୍ରକୁ ଗତ ବର୍ଷ ଜୁନ୍‌‌ ମାସରେ ବିଶ୍ୱ ସାମ୍ନାରେ ଉପସ୍ଥାପିତ କରାଯାଇଥିଲା। ଏହା ଶଦ୍ଦର ବେଗଠାରୁ ୫ଗୁଣ ଦ୍ରୁତ ଗତିରେ ଚାଲିଥାଏ ଏବଂ ଏହାକୁ ଅଟକାଇବା ବହୁତ କଷ୍ଟକର। ଏହାବ୍ୟତୀତ ଇରାନ ସମଗ୍ର ମଧ୍ୟପ୍ରାଚ୍ୟରେ ଡ୍ରୋନର ସବୁଠାରୁ ବଡ ଉତ୍ପାଦନକାରୀ ଦେଶ। ମୋହଜେର-୧୦ ନାମକ ଏକ ଡ୍ରୋନ୍‌‌ ରହିଛି, ଯାହା ୨୦୦୦ କି.ମି ପର୍ଯ୍ୟନ୍ତ ଯାଇପାରେ ଏବଂ ୨୦୦କେଜି ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରିବ।

ଏବେ ଜାଣିବା ଇସ୍ରାଏଲ କେତେ ଶକ୍ତିଶାଳୀ
ସେନା: ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ଇସ୍ରାଏଲ ସେନା ବିଶ୍ୱର ୨୦ତମ ଶକ୍ତିଶାଳୀ ସେନା ଅଟେ। ଇସ୍ରାଏଲ ସେନାରେ ୧,୬୯,୫୦୦ ସକ୍ରିୟ ସୈନିକ ଏବଂ ରିଜର୍ଭ ୟୁନିଟରେ ୪,୬୫,୦୦୦ ସୈନିକ ରହିଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ବଜେଟ ଇରାନଠାରୁ ୭ଗୁଣା ଅଧିକ।
ଅସ୍ତ୍ରଶସ୍ତ୍ର: ଇସ୍ରାଏଲ ପ୍ରତିରକ୍ଷା ପ୍ରଣାଳୀ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ କହିବାକୁ ଗଲେ ଆଇରନ୍‌‌ ଡୋମ୍‌‌ ଏବଂ ଡେଭିଡ୍ସ ସ୍ଲିଙ୍ଗ ଭଳି ଏୟାର ଡିଫେନ୍ସ ସିଷ୍ଟମ୍‌‌ ହେଉଛି ଏହାର ସବୁଠାରୁ ବଡ ଶକ୍ତି। ଯାହା ଆକାଶରେ ଥିବା କ୍ଷୁଦ୍ର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର, ରକେଟ୍‌‌ ଓ ଡ୍ରୋନକୁ ନଷ୍ଟ କରିଦିଏ। ଏହାବ୍ୟତୀତ ଇସ୍ରାଏଲ ପାଖରେ ୧୨୦୦ରୁ ଅଧିକ ତୋପ, ମଲ୍ଟିପଲ ଲଞ୍ଚ ରକେଟ୍‌‌ ସିଷ୍ଟମ ଏବଂ ସ୍ମାର୍ଟ ବୋମା ଭଳି ଅସ୍ତ୍ରଶସ୍ତ୍ର ରହିଛି। ଯାହା ସଠିକ୍‌‌ ଭାବେ ଟାର୍ଗେଟକୁ ପୂରଣ କରିଥାଏ।
ବାୟୁସେନା ଓ ନୌସେନା: ଗ୍ଲୋବାଲ ଫାୟାର ପାୱାରର ରିପୋର୍ଟ ଅନୁଯାୟୀ ଇସ୍ରାଏଲ ସେନା ପାଖରେ ଅତି କମରେ ୨୪୧ଟି ଲଢୁଆ ବିମାନ, ୪୮ଟି ଆଟାକ୍‌‌ ହେଲିକପ୍ଟର ଏବଂ ୨୨୦୦ ଟ୍ୟାଙ୍କ ରହିଛି। ନୌସେନା ବିଷୟରେ କହିବାକୁ ଗଲେ ଇସ୍ରାଏଲ ପାଖରେ ଅତି କମରେ ୭ଟି ଯୁଦ୍ଧ ଜାହାଜ ଏବଂ ୬ଟି ବୁଡାଜାହାଜ ରହିଛି। ଯାହା ପରମାଣୁ ଅସ୍ତ୍ର ବହନ ଏବଂ ଉତକ୍ଷେପଣ କରିବାରେ ସକ୍ଷମ। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ୍‌‌ ହେଉଛି ଇସ୍ରାଏଲର ସବୁଠାରୁ ବଡ ବାହିନୀ।
ପରମାଣୁ ଅସ୍ତ୍ର: ଇସ୍ରାଏଲ ପାଖରେ ଅତି କମରେ ଏକ ଡର୍ଜନ ପରମାଣୁ ଅସ୍ତ୍ର ରହିଛି। ଇସ୍ରାଏଲ କେବେ ବି ଖୋଲାଖୋଲି ଭାବେ ସ୍ୱୀକାର କରିନାହିଁ ଯେ ତାଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି, କିନ୍ତୁ ସମସ୍ତ ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଟ୍ୟାଙ୍କ ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+