କୋଲକାତାରେ ଇରାକ ବିମାନ: ଯାତ୍ରୀଙ୍କର ହେଲା ମୃତ୍ୟୁ
Iran Flight In Kolkata: କୋଲକତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଏକ ଇରାକର ବିମାନ । ବିମାନରେ ଜଣେ ଯାତ୍ରୀ ଅଠାତ୍ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ବିନାନଟିକୁ ଆଜି ସକାଳେ କୋଲକତାରେ ଜରୁରୀ ଅବତରଣ କରିବାକୁ ପଡିଛି । ହେଲେ ଡାକ୍ତରଖାନାରେ ଉକ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଇରାକର ରାଜଧାନୀ ବାଗଦାଦରୁ IA-473 ବିମାନ ଚାଇନାର ଗୁଆଙ୍ଗଜୋକୁ ଉଡାଣ ଭରିଥିଲା । ବିମାନରେ ମୋଟ୍ ୧୦୦ ଜଣ ଯାତ୍ରୀ ଥିବା ବେଳେ ୧୫ ଜଣ କ୍ରୁ ସଦସ୍ୟ ଥିଲେ । ତେବେ ଉଡାଣ ସମୟରେ ଜଣେ ୧୬ ବର୍ଷିୟ ଝିଅ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚେତାଶୂନ୍ୟ ହୋଇପଡିବାରୁ ବିମାନଟି ତୁରନ୍ତ କୋଲକତାରେ ଅବତରଣ କରିଥିଲା ଏବଂ ଉକ୍ତ ଯାତ୍ରୀଙ୍କୁ ତୁରନ୍ତ କ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications