CRPFର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଭିତୁଲ କୁମାର
ନୂଆଦିଲ୍ଲୀ : ଭିତୁଲ କୁମାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିବେ। CRPF ର ବର୍ତ୍ତମାନର ମହାନିର୍ଦ୍ଦେଶକ ଅନିଶ ଦିନଲ ସିଂହ ମଙ୍ଗଳବାର ନିଜ ପଦବୀରୁ ଅବସର ନେବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ କୁମାର ବର୍ତ୍ତମାନ ଦିଲ୍ଲୀରେ CRPF ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଭିତୁଲ କୁମାର ଆଗାମୀ ନିୟମିତ ପଦାଧିକାରୀଙ୍କ ନିଯୁକ୍ତି ହେବା ପର୍ଯ୍ୟନ୍ତ ସିଆରପିଏଫ୍ ମହାନିର୍ଦ୍ଦେଶକ ପଦଭାର ଗ୍ରହଣ କରିବେ। ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନିଶ ଦୟାଲ ସିଂହ ୩୧ ଡିସେମ୍ବର ୨୦୨୪ ଅବସର ଗ୍ରହଣ କରିବେ। ୧୯୬୮ରେ ଜନ୍ମିତ ଭିତୁଲ କୁମାର ପଞ୍ଜାବ ଭଟିଣ୍ଡାର ବାସିନ୍ଦା। ସେ ଇଲୋକ୍ଟେ୍ରାନିକ୍ସ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି।












Click it and Unblock the Notifications