ଆଇପିଏସ୍ ଆତ୍ମହତ୍ୟା ମାମଲା:ପତ୍ନୀଙ୍କୁ ନୋଟିସ୍ ପଠାଇଲା ପୁଲିସ୍
ହରିୟାଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କୁ ନୋଟିସ୍ ପଠାଇଛି ପଞ୍ଜାବ ପୁଲିସ୍। ପୁରନ କୁମାରଙ୍କ ପତ୍ନୀଙ୍କୁ ନୋଟିସ୍ ପଠାଇ ପୁଲିସ୍ ତାଙ୍କ ମୃତ ସ୍ବାମୀଙ୍କ ଲାପ୍ଟପ୍ ମାଗିଛି। ପୁଲିସ ସୂତ୍ର ଅନୁଯାୟୀ, ପୁରନ କୁମାରଙ୍କ ଲାପଟପ୍ ତାଙ୍କ ମୃତ୍ୟୁ ସହିତ ଜଡିତ ଏକ ପ୍ରମୁଖ ପ୍ରମାଣ। ଚଣ୍ଡିଗଡ଼ ପୁଲିସ ଆଇପିଏସଙ୍କ ସୁଇସାଇଡ୍ ନୋଟର ସତ୍ୟତା ଯାଞ୍ଚ କରିବା ପାଇଁ ସିଏଫ୍ଏସ୍ଏଲ୍ ଲ୍ୟାବକୁ ଲାପଟପ୍ ପଠାଇବାକୁ ଚାହୁଁଛି; ଯାହାଫଳରେ ଏହା ପ୍ରମାଣିତ ହେବ ଯେ ସେ ନିଜେ ଏହାକୁ ନିଜ ଲାପଟପରେ ଲେଖିଛନ୍ତି କି ନାହିଁ।
ଏହା ସେହି ଲାପଟପ୍; ଯେଉଁଥିରେ ଆଇପିଏସ୍ ପୁରନ କୁମାରଙ୍କ ଆତ୍ମହତ୍ୟା ନୋଟ୍ ଡ୍ରାଫ୍ଟ ଆକାରରେ ସଂରକ୍ଷିତ ଥିଲା। ଚଣ୍ଡିଗଡ଼ ପୁଲିସ ଆଇପିଏସ୍ ଙ୍କ ଲାପଟପ୍ ରୁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ଯେ ପୁରନ କୁମାର ଆତ୍ମହତ୍ୟା ପୂର୍ବରୁ କେତେ ଜଣଙ୍କୁ ଏବଂ କେଉଁ ସମୟରେ ସୁଇସାଇଡ୍ ନୋଟ୍ ଇମେଲ୍ କରିଥିଲେ। ପୁଲିସ ଏହା ମଧ୍ୟ ଜାଣିବାକୁ ଚାହୁଁଛି ଯେ ଆଇପିଏସ୍ ପୁରନ କୁମାରଙ୍କ ଆତ୍ମହତ୍ୟା ନୋଟ୍ ପାଇବା ପରେ କେଉଁ ଲୋକମାନଙ୍କୁ ଏହା ଦେଖିବାକୁ କେତେ ସମୟ ଲାଗିଥିଲା। ପୁରନ କୁମାରଙ୍କ ପତ୍ନୀ ତଥା ଆଇଏଏସ୍ ଅମନୀତ ପୁରନ କୁମାର ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ଲାପଟପ୍ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି)କୁ ହସ୍ତାନ୍ତର କରିନାହାଁନ୍ତି।

ପୁରନ କୁମାରଙ୍କୁ ସେପ୍ଟେମ୍ବର ୨୯ ତାରିଖରେ ରୋହତକର ସୁନାରିଆରେ ପୁଲିସ ତାଲିମ କେନ୍ଦ୍ର (ପିଟିସି)ରେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ପତ୍ନୀ ଅମନୀତ କୁମାର ଜଣେ ଆଇଏଏସ୍ ଅଧିକାରୀ। ସେ ଅକ୍ଟୋବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଜାପାନ ଗସ୍ତରେ ଯାଇଥିଲେ। ସେହି ସମୟରେ ତାଙ୍କ ସ୍ବାମୀ ଜୀବନ ହାରିଥିବା ଅଭିଯୋଗ ହୋଇଛି।












Click it and Unblock the Notifications