ଆଇପିଏସ୍ଙ୍କୁ ଏଭଳି କିଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଉତ୍ତମ ଆଇନ୍ ଶୃଙ୍ଖଳା ସ୍ଥିତି ବଜାୟ ରହିଲେ ରାଷ୍ଟ୍ରର ସାମାଜିକ ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି ରାଷ୍ଟ୍ରପତି ଭବନ ଠାରେ ୨୦୨୩ ବ୍ୟାଚ୍ର ଭାରତୀୟ ପୋଲିସ୍ ସେବାର ନବନିଯୁକ୍ତ ଅଧିକାରୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ।
ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍ତମ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିନା ନାଗରିକଙ୍କର ଅଧିକାର ସୁରକ୍ଷିତ ରହିପାରିବ ନାହିଁ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସୁନିଶ୍ଚିତ କରାଯାଇପାରିବ ନାହିଁ । ଆଇନ୍ ଶୃଙ୍ଖଳା ପରିସ୍ଥିତି କେବଳ ସୁ- ଶାସନର ମୂଳମନ୍ତ୍ର ନୁହେଁ ବରଂ ଏକ ଆଧୁନିକ ଦେଶ ଗଠନ କରିବା ଦିଗରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

ତେଣୁ ଆଗାମୀ ଦିନରେ ଭାରତକୁ ପ୍ରଗତିର ନୂଆ ଶିଖରରେ ପହଞ୍ଚାଇବା ଦିଗରେ ଭାରତୀୟ ପୋଲିସ୍ ସେବା ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications