ଏସ୍‌ପିଜି ମୁଖ୍ୟଙ୍କ ଦେହାନ୍ତ, ମୋଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି)ର ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ବୁଧବାର ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁସାରେ, ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଚିକିତ୍ସା ଜାରି ଥିଲା କିନ୍ତୁ କିଛି ଦିନ ହେବ ତାଙ୍କ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

IPS

ସୂଚନାଯୋଗ୍ୟ ଯେ, ସିହ୍ନା 1987 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଥିଲେ । ସେହିପରି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ପରିଚାଳନା କରିଥିଲେ। ଚାରି ବର୍ଷ ପୂର୍ବେ କେନ୍ଦ୍ର ସରକାର ତାଙ୍କୁ ଏସପିଜି ଦାୟିତ୍ୱ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ମେ ମାସରେ ଶେଷ ହେବାର ଥିଲା ହେଲେ କେନ୍ଦ୍ର ସରକାର ତାଙ୍କୁ ସମ୍ପ୍ରସାରଣ ଦେଇଥିଲେ।

ସିହ୍ନାଙ୍କ ନିକଟବର୍ତ୍ତୀ ଜଣେ ଅଧିକାରୀ କହିଛନ୍ତି ଯେ, ସିହ୍ନା କେରଳର ଏଡିସନାଲ୍ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ ପୋଷ୍ଟରେ ଥିଲେ ତାଙ୍କ ଉନ୍ନତଧରଣ କାର୍ଯ୍ୟ ପାଇଁ କେନ୍ଦ୍ର ତାଙ୍କୁ ଦିଲ୍ଲୀ ଡାକି ସିଧାସଳଖ ଏସପିଜି ଦାୟିତ୍ୱରେ ନିଯୁକ୍ତି ଦେଇଥିଲେ ସେ ଆହୁରି କହିଥିଲେ ଯେ ସିହ୍ନା ଏପରି ଜଣେ ଅଧିକାରୀ ଥିଲେ ଯିଏ କୌଣସି କାର୍ଯ୍ୟର ଶ୍ରେୟ ନ ନେଇ ବହୁ ବଡ଼ ବଡ଼ ଏବଂ ଭଲ କାର୍ଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+