ଭାରତରେ ତିଆରି ହେବ iPhone 17 !
iPhone 17: ଆପଲ୍ ଆଇଫୋନ୍ 17 ର ବେସ୍ ମଡେଲ୍ ଉପରେ କାମ ଆରମ୍ଭ ହୋଇଯାଇଛି । ଯାହାକୁ ଆପଲ୍ କମ୍ପାନୀ ଆସନ୍ତା ବର୍ଷ ସେପ୍ଟେମ୍ବର 2025 ମାସରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଗତ ମାସରେ ଆପଲ୍ ଭାରତ ସମେତ ସାରା ବିଶ୍ୱରେ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଥିଲା, ଯାହାର 4 ଟି ମଡେଲ୍ ରହିଛି - ଆଇଫୋନ୍ 16, ଆଇଫୋନ୍ 16 ପ୍ଲସ୍, ଆଇଫୋନ୍ 16 ପ୍ରୋ ଏବଂ ଆଇଫୋନ୍ 16 ପ୍ରୋ ମ୍ୟାକ୍ସ । ତେବେ ଆଇଫୋନ୍ 16'କୁ ନେଇ ଚର୍ଚ୍ଚା ଶେଷ ହୋଇ ନାହିଁ ଏହାରି ମଧ୍ୟରେ ଆଇଫୋନ୍ 17 ର ତିଆରିକୁ ଅରଡେଟ୍ ରହିଛି ।
ବିଶେଷକରି, ଏହି ଖବର ଭାରତର ଆଇଫୋନ୍ ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର କାରଣ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଭାରତୀୟ କାରଖାନା ଆଇଫୋନ୍ 17 ତିଆରି କରାଯିବ । ଏହା ପ୍ରଥମ ଥର ହେବ ଯେ ଏକ ଭାରତୀୟ ଆଇଫୋନ୍ ଉତ୍ପାଦନ ୟୁନିଟ୍ ଏତେ ବଡ ଦାୟିତ୍ୱ ଗ୍ରହଣ ନେବ ।

ସୂଚନା ଅନୁସାରେ, ସେପ୍ଟେମ୍ବର 2025 ରେ ରିଲିଜ୍ ହେବାକୁ ଥିବା ଆଇଫୋନ୍ 17 ର ଡିସପ୍ଲେ ଏବଂ ପ୍ରୋସେସିଙ୍ଗରେ କିଛି ପରିବର୍ତ୍ତନ ହେବ । ଯଦି ଏପରି ହୁଏ ତେବେ ପ୍ରଥମ ଥର ଆପଲ୍ ଚୀନ୍ ବାହାରେ ନିର୍ମାଣ ହେବ । ଏହାପୂର୍ବରୁ, iPhone ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦେଶରେ ଆଇଫୋନ୍ ତିଆରି କାର୍ଯ୍ୟ ନ କରି ପ୍ରଥମ ଥର ଭାରତକୁ ବାଛିଛି କମ୍ପାନୀ ।
ଆଇଫୋନ୍ 17 ର 'ପ୍ରାରମ୍ଭିକ ନିର୍ମାଣ' 2025 ର ଦ୍ୱିତୀୟାର୍ଦ୍ଧରେ ଭାରତରେ ଆରମ୍ଭ ହେବା ଉଚିତ୍। କୁଓ କହିଛନ୍ତି ଯେ ଡିଜାଇନରେ ସମ୍ଭାବ୍ୟ ବିପଦକୁ ହ୍ରାସ କରିବାକୁ ଷ୍ଟାଣ୍ଡାର୍ଡ ଆଇଫୋନ୍ ଚୟନ କରାଯାଇଛି ଏବଂ ପ୍ରୋ ମଡେଲ୍ ଆଇଫୋନ୍ ନୁହେଁ। ଚାଇନାରେ ଉଭୟ ଆପଲର ଲୋକପ୍ରିୟତା ହ୍ରାସ ପାଇଛି ।












Click it and Unblock the Notifications