ଚାଲିଛି ଜେରା: ଫିଟୁଛି ନୂଆ ଗୁମର, ଭାରତ ବିରୋଧୀ ଷଡଯନ୍ତ୍ରରେ ପାକିସ୍ତାନୀ ଏଜେଣ୍ଟ କି ସୀମା ହାଇଦର ?
ସୀମା ହାଇଦର ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । କଣ ସତରେ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି । ସୀମା ହାଇଦରଙ୍କ ପବ୍ଜି, ପାକିସ୍ତାନ ଓ ସୀମାପାର୍ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ ।
ସେପଟେ ସୀମା, ସଚିନ ଓ କିଛି ସମ୍ପର୍କୀୟଙ୍କୁ ଜେରା କରୁଛି ଉତ୍ତରପ୍ରଦେଶ ଏଟିଏସ୍ । ଗୁଡେଇ ତୁଡେଇ ପ୍ରଶ୍ନ କରାଯିବା ପରେ ଅନେକ ନୂଆ କଥା ସାମ୍ନାକୁ ଆସୁଛି । ସୀମାଙ୍କ ଭାରତୀୟ ଚେହେରା ଓ ଚଳଣି ପଛରେ ବଡ଼ ରହସ୍ୟ ଲୁଚି ରହିଥିବା କହିଛି ଭାରତୀୟ ଗୁଇନ୍ଦା ସଂସ୍ଥା ଆଇବି।
ଆଇବିର ତଦନ୍ତରେ ଏକଥାର ଜଣା ପଡ଼ିଛି ଯେ ମେ ୧୩ରେ ପାକିସ୍ତାନରୁ କୌଣସି ବ୍ୟକ୍ତି ନେପାଳ ଦେଇ ଭାରତ ଆସିବା ରେକର୍ଡରେ ନାହିଁ । ତେଣୁ ଏଠି ସହେନ୍ଦ ସୃଷ୍ଟି ହେଉଛି ସୀମା ମେ ୧୩ରେ କିଭଳି ଭାରତକୁ ଆସିଥିବା ଦାବି କରୁଛନ୍ତି ।

ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ସୀମା ଠାରୁ ଦୁଇଟି ଭିଡିଓ କ୍ୟାସେଟ, ୪ଟି ମୋବାଇଲ, ୫ଟି ପାକିସ୍ତାନୀ ପାସପୋର୍ଟ, ଗୋଟିଏ ବ୍ୟବହାର ହୋଇ ନଥିବା ପାସପୋର୍ଟ ଓ ପରିଚୟପତ୍ର ଜବତ କରାଯାଇଛି।
ସଚିନ ଓ ସୀମା ନେପାଳରେ ଏକାଠି ହୋଇଥିବା ଜଣାପଡ଼ିଛି। ଉଭୟ ଜାଲ୍ ପରିଚୟ ଦେଇ କାଠମାଣ୍ଡୁସ୍ଥିତ 'ନ୍ୟୁ ବିନାୟକ' ହୋଟେଲର ୩୦୪ ନମ୍ବର ରୁମ ଆଠ ଦିନ ଥିବା ଜଣା ପଡ଼ୁଛି।
ହୋଟେଲ ରିସେପ୍ସନିଷ୍ଟ ଗଣେଶ କହିଛନ୍ତି ଯେ କାଠମାଣ୍ଡୁର ଏହି ଅନେକ ହୋଟେଲ ଅଛି, ବିନା ଆଇଡିରେ ବି ରହି ହୁଏ। ପରେ ହୋଟେଲ ରେଜିଷ୍ଟର ଯାଞ୍ଚ ବେଳେ ସୀମା ଓ ସଚିନଙ୍କ ନାମ ମିଳି ନ ଥିବାବେଳେ ଗଣେଶ କହିଛନ୍ତି ଯେ ସେ ନିଜେ ସୀମା ଏବଂ ସଚିନଙ୍କ କୋଠରୀ ବୁକ୍ କରିଥିଲେ । ହୋଟେଲ ଯିବା ବେଲେଲ ସଚିନ୍ ରେଜିଷ୍ଟରରେ ତାଙ୍କ ନାମ ପରିବର୍ତ୍ତନ କରିଥିବେ ବୋଲି ସେ କହିଛନ୍ତି।
ଏଟିଏସ୍ ସୀମାଙ୍କୁ ଲଗାତାର ଜେରା କରୁଛି । ସୀମାଙ୍କ ପାଖରୁ ୪ ମୋବାଇଲ, ଗୋଟିଏ ସିମ୍ କାର୍ଡ, ଗୋଟିଏ ଭାଙ୍ଗିଯାଇଥିବା ମୋବାଇଲ, ୩ଟି ଆଧାର କାର୍ଡ, ୬ଟି ପାସପୋର୍ଟ, ୪ଟି ଜନ୍ମ ପ୍ରମାଣ ପତ୍ର, ଗୋଟିଏ ପରିବାର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଗୋଟିଏ ମ୍ୟାରେଜ ରେଜିଷ୍ଟ୍ରେସନ୍, ୫ଟି ଭ୍ୟାକ୍ସିନେସନ କାର୍ଡ, ଗୋଟିଏ ବସ୍ ଟିକେଟ(କାଠମାଣ୍ଡୁରୁ ଦିଲ୍ଲୀ), ୨ଟି ଭିଡିଓ କ୍ୟାସେଟ୍ ଏବଂ ଗୋଟିଏ ନ୍ୟାସନାଲ ଆଇଡେଣ୍ଟିଟି କାର୍ଡ ଜବତ ହୋଇଛି।
ତମାମ ଦିଗ ଭିତରେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ, ସତରେ କ'ଣ ସାମ୍ନାକୁ ଆସୁଛି ସୀମା ହାଇଦରର ସତ ? ପ୍ରକୃତରେ ଏହା ପଛରେ ପ୍ରେମ ନା ଭାରତ ବିରୋଧୀ ଷଡଯନ୍ତ୍ର?












Click it and Unblock the Notifications