Get Updates
Get notified of breaking news, exclusive insights, and must-see stories!

International Yoga Day: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ; କଣ ରହିଛି ଏହାର ଇତିହାସ ?

ଅନ୍ତର୍ଜାତୀୟ ଯୋଗ ଦିବସ : ଯୋଗର ମହତ୍ତ୍ୱ ବୁଝିବା ଏବଂ ଏହା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ବ୍ୟାୟାମ ଭାବରେ ଯୋଗ ଏବଂ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଏହାର ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ମନୋବୈଜ୍ଞାନିକ ଏବଂ ଶାରିରୀକ କଲ୍ୟାଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏହି ମହତ୍ତ୍ୱକୁ ବୁଝାଇଥାଏ । ମାନସିକ ସ୍ୱଚ୍ଛତା ଏବଂ ଚାପମୁକ୍ତ ପରିବେଶରେ ଉନ୍ନତି ପାଇଁ ଆବଶ୍ୟକ ଆତ୍ମ-ସଚେତନତା ପାଇଁ ଧ୍ୟାନ କରିବାର ଅଭ୍ୟାସ ମଧ୍ୟ ଏହା ବିକାଶ କରିବାକୁ ଚେଷ୍ଟା କରେ ।

ଅନ୍ତର୍ଜାତୀୟ ଯୋଗ ଦିବସ ଥିମ୍‌

ଏଥରର ଥିମ୍‌ ରହିଛି 'ନିଜ ଓ ସମାଜ ପାଇଁ ଯୋଗ' । ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି । ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହେଲେ ।

କଣ ରହିଛି ଇତିହାସ ?
21 ଜୁନ୍ 2015 ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ମିଳିତ ଜାତିସଂଘ ସାଧାରଣ ସଭାର 69 ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର 2014 ସମ୍ବୋଧନରେ ଯୋଗ ଦିବସକୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ, 11 ଡିସେମ୍ବର 2014 ରେ, 193 ଜଣ ସଦସ୍ୟ 21 ଜୁନ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ ।

International Yoga Day

କଣ ରହିଛି ଏହାର ଲକ୍ଷ୍ୟ ?
ବର୍ତ୍ତମାନ ଯୋଗ ଦିବସ କାହିଁକି ପାଳନ କରାଯାଏ ସେ ବିଷୟରେ ଆଲୋଚନା କରିବା । ଯୋଗକୁ ସମ୍ମାନ ଦେବା ଏହି ବିଶେଷ ଦିନର ଉଦ୍ଦେଶ୍ୟ । ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଚାପ ଏବଂ ଚିନ୍ତା କମାଇବା ସହିତ ଏହା ଶରୀରକୁ ମଧ୍ୟ ଆରାମ ଦେଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ।

ଯୋଗରେ ଭାରତୀୟ ସଂସ୍କୃତି ବିଷୟରେ ଅନେକ କିଛି ଶିଖିବାକୁ ଅଛି । ଏହା ବିଦେଶରେ ମଧ୍ୟ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଲୋକମାନେ ଯୋଗକୁ ନିଜ ଜୀବନଶୈଳାରେ ସାମିଲ କରିଛନ୍ତି । ଲୋକମାନେ ଯୋଗାସନ ମାଧ୍ୟମରେ ନିଜ ଶରୀର ଏବଂ ମାନସିକ ଭାରରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି ।

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି କଟକର ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ଏହି ଦିବସ ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗ ଦିବସ ବିଜ୍ଞାପିତ ଅଞ୍ଚଳ ଓ ବ୍ଲକସ୍ତରରେ ସମ୍ପୃକ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବିଭିନ୍ନ ମେଡିକାଲ କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ସମସ୍ତ ବ୍ଲକ ଓ ଏନଏସିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣିବା । ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା । ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଚଳିତ ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି । ଏ ବର୍ଷ ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ, ବ୍ଲକ, ଜିଲ୍ଲା, ସ୍କୁଲ, କଲେଜ, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବ । ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ସରକାରୀ ପଦାଧିକାରୀ, ସାଧାରଣ ଜନତା ଅଂଶଗ୍ରହଣ କରିବେ ।

ଆମେ ସାଧାରଣତଃ ଭୋକ ଲାଗିଲେ ପେଟ ପୂରା ଖାଦ୍ୟ ଖାଇଥାଉ । ସମୟ ଅଭାବରୁ ହେଉ ଅବା କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମକୁ ଏଭଳି କରିୁବାକୁ ପଡ଼ିଥାଏ । କିନ୍ତୁ ଅହି ଅଭ୍ୟାସ ଆମ ଶରୀର ପାଇଁ ଠିକ୍ ନୁହଁ । ଏକା ଥରେ ପେଟ ଭରି ନଖାଇ ଅଳ୍ପ ଅଳ୍ପ କରି ଖାଇବା ଉଚିତ୍ । ମନେରଖନ୍ତୁ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ୍ ଖାଇବା ଉଚିତ୍ । ସାଲାଡ୍‌କୁ ଖାଦ୍ୟ ପରେ କିମ୍ୱା ସାଙ୍ଗରେ ଖାଇଲେ ସୁଫଳ ମିଳେ ନାହିଁ ।

ଯୋଗାସନ କରିବାର ଦୁଇଘଣ୍ଟା ପୂର୍ବରୁ ଖାଇବା ସାରିଦଅନ୍ତୁ ଏବଂ ରାତ୍ରିଭୋଜନର ଦୁଇଘଣ୍ଟା ପରେ ଶଯ୍ୟାକୁ ଯାଆନ୍ତୁ । ଜଲଦି ଶୋଇ ଭୋରରୁ ଉଠିବାର ଅଭ୍ୟାସ ଯୋଗ ପାଇଁ ନିହାତି ଜରୁରୀ ।

ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ୍, ରାଞ୍ଚି, ଲକ୍ଷ୍ନୌ, ମହୀଶୂର ତଥା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର, ୱାଶିଂଟନରେ ମିଳିତ ଜାତିସଂଘ ମୁଖ୍ୟାଳୟ ଏବଂ ଲଣ୍ଡନରେ ପାର୍କ ସମେତ ଅନେକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦେଶରେ ଥିବା ଦୂତାବାସ ଏବଂ ଭାରତୀୟ ମିଶନ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+