Get Updates
Get notified of breaking news, exclusive insights, and must-see stories!

19 ହଜାର ଫୁଟ ଉପରେ ଆଇଟିବିପି ଯବାନଙ୍କ ଯୋଗ ପରିବେଷଣ

ଆଜି ଅଷ୍ଟମ ଅନ୍ତର୍ଜାତିକ ଯୋଗ ଦିବସ । ସାରା ବିଶ୍ବ ଏହି ଦିନଟିକୁ ପାଳନ କରୁଛି । ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ 19 ହଜାର ଫୁଟ ପର୍ଯ୍ୟନ୍ତ ହିମାଳୟର ଉଚ୍ଚ ଅଞ୍ଚଳରେ 50 ହଜାରରୁ ଅଧିକ ଭାରତ-ତିବ୍ଦତସୀମା ପୋଲିସ (ଆଇଟିବିପି) କର୍ମଚାରୀ ଯୋଗ ପରିବେଷଣ କରିଛନ୍

ନୂଆଦିଲ୍ଲୀ: ଆଜି ଅଷ୍ଟମ ଅନ୍ତର୍ଜାତିକ ଯୋଗ ଦିବସ । ସାରା ବିଶ୍ବ ଏହି ଦିନଟିକୁ ପାଳନ କରୁଛି । ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ 19 ହଜାର ଫୁଟ ପର୍ଯ୍ୟନ୍ତ ହିମାଳୟର ଉଚ୍ଚ ଅଞ୍ଚଳରେ 50 ହଜାରରୁ ଅଧିକ ଭାରତ-ତିବ୍ଦତସୀମା ପୋଲିସ (ଆଇଟିବିପି) କର୍ମଚାରୀ ଯୋଗ ପରିବେଷଣ କରିଛନ୍ତି।

ITBP
ଆଇଟିବିପି ସୈନ୍ୟମାନେ ଉତ୍ସାହର ସହିତ ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୀମାରେ ଅବସ୍ଥିତ ଫୋର୍ସର ସୀମା ଆଉଟ ପୋଷ୍ଟରେ ଯୋଗାଭ୍ୟାସ କରୁଥିବା ନଜର ଆସିଥିଲେ । ଆଇଟିବିପି ମହାନିର୍ଦ୍ଦେଶକ ସଞ୍ଜୟ ଆରୋରା ମଧ୍ୟ ଲଦାଖରେ ଯବାନଙ୍କ ସହ ଯୋଗ ଅଭ୍ୟାସ କରିଥିଲେ। ସେହି ସ୍ଥାନରେ ଯୋଗ ଅଧିବେଶନରେ ସୀମାନ୍ତ ଅଞ୍ଚଳରେ ଏବଂ ଛତିଶଗଡ଼ରେ ମହିଳା କର୍ମଚାରୀ ଏବଂ ପରିବାର ସହିତ ଅବସ୍ଥିତ ଫୋର୍ସର ୟୁନିଟ୍ ର କର୍ମଚାରୀମାନେ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ।

ଅରୁଣାଚଳ ପ୍ରଦେଶରେ, ଫୋର୍ସର ପଶୁ ପରିବହନ ବିଦ୍ୟାଳୟ ଲୋହିତପୁରରେ ଘୋଡା ସହିତ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସୈନିକମାନେ ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଯୋଗ ଅଭ୍ୟାସ କରିଥିଲେ। ହିମାଳୟର ଶୀର୍ଷ ଭାଗରେ ଯୋଗ ଆସନ ପ୍ରଦର୍ଶନ କରି ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।

ଆଇଟିବିପି କର୍ମଚାରୀମାନେ ବିଭିନ୍ନ ପ୍ରକାରର ପାର୍ବତ୍ୟ ଅଞ୍ଚଳରେ ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ସମେତ ଭାରତ-ଚୀନ ସୀମାରେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ହିମାଳୟ ରେଞ୍ଜରେ ସୂର୍ଯ୍ୟ ନମସ୍କାର ଏବଂ ଅନ୍ୟାନ୍ୟ ଯୋଗ ଆସନ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଜୁନ୍ 2 ରେ ଆଇଟିବିପି ଉତ୍ତରାଖଣ୍ଡର 22,850 ଫୁଟ ଉପରେ ଯୋଗ କରି ଏକ ଅନନ୍ୟ ରେକର୍ଡ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+