Get Updates
Get notified of breaking news, exclusive insights, and must-see stories!

ନଦୀରେ ଯୋଗାଭ୍ୟାସ କଲେ 'ୱାଟର ଗର୍ଲ ଗଙ୍ଗା'

ମଧ୍ୟପ୍ରଦେଶର ଜବଲପୁର ନିବାସୀ ଗଙ୍ଗା ଚକ୍ରବର୍ତ୍ତୀ 'ୱାଟର ଗାର୍ଲ' ନାମରେ ପରିଚିତ । ନର୍ମଦା ନଦୀରେ ଦୈନିକ ସେ ଯୋଗାଭ୍ୟାସ କରିଥାନ୍ତି । ତେବେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ନଦୀରେ ଯୋଗ କରିଛନ୍ତି ।

ଭୋପାଳ: ମଧ୍ୟପ୍ରଦେଶର ଜବଲପୁର ନିବାସୀ ଗଙ୍ଗା ଚକ୍ରବର୍ତ୍ତୀ 'ୱାଟର ଗାର୍ଲ' ନାମରେ ପରିଚିତ । ନର୍ମଦା ନଦୀରେ ଦୈନିକ ସେ ଯୋଗାଭ୍ୟାସ କରିଥାନ୍ତି । ତେବେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ନଦୀରେ ଯୋଗ କରିଛନ୍ତି ।

ganga

ଉଭୟ ସ୍ଥଳ ଏବଂ ଜଳରେ ଯୋଗ କରିବାର କ୍ଷମତା ଗଙ୍ଗାଙ୍କ ପାଖେ ଅଛି। ଅଭ୍ୟାସ ଦ୍ବାରା ତାଙ୍କ ଶରୀରକୁ ସେ ପାଣିରେ ଭାସିବାରେ ସକ୍ଷମ କରାଇ ପାରିଛନ୍ତି। ଗଙ୍ଗା କହିଛନ୍ତି, "ଆଜିର ଯୁଗରେ ସମସ୍ତଙ୍କ ପାଇଁ ଯୋଗ କରିବାର ନିହାତି ଆବଶ୍ୟକତା ରହିଛି । ପ୍ରତ୍ୟେକ ଦିନ ସକାଳୁ ଉଠି ଯଦି ଜଣେ 15 ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ନମସ୍କାର କରିଥାଏ ଏହା ଶରୀର ପାଇଁ ଲାଭଦାୟକ । ପାଣିରେ ଯୋଗ କରିବା ଦ୍ବାରା ଶରୀର ପୁନର୍ଜୀବିତ ହୋଇଯାଏ ବୋଲି କହନ୍ତି ଗଙ୍ଗା ।

ଗଙ୍ଗା ମୂଳତଃ ଦାମୋ ଜିଲ୍ଲାର ଜଟାଶଙ୍କର ବାସିନ୍ଦା। "ଯେତେବେଳେ ମୁଁ 12 ବର୍ଷର ହୋଇଥିଲି ମାଆ ସୁମିତ୍ରା ବାଇଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ମୁଁ ମୋ ବାପାଙ୍କ ସହ ନିୟମିତ ନର୍ମଦା ନଦୀ ପରିଦର୍ଶନ କରୁଥିଲି । ସେହି ସମୟରେ, ମୁଁ ଭାବିଲି ଯେ ନର୍ମଦା ନଦୀକୁ ପରିଷ୍କାର ରଖିବା ପାଇଁ ମୁଁ କିଛି କରିବା ଉଚିତ୍ । ସେବେଠାରୁ ନିଜର ଯୋଗ ଦ୍ବାରା ଲୋକଙ୍କୁ ଗଙ୍ଗା ନର୍ମଦା ନଦୀକୁ ସଫା ରଖିବା ପାଇଁ ବାର୍ତ୍ତା ପ୍ରଚାର କରିଆସୁଛନ୍ତି ।

ଗଙ୍ଗା ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ୍ -19 ମହାମାରୀ ସମୟରେ ଯେତେବେଳେ ଲୋକମାନେ ନିଜ ଘରେ ରହୁଥିଲେ, ସେ ଅନଲାଇନ୍ ମୋଡ୍ ମାଧ୍ୟମରେ ଯୋଗ ଶିକ୍ଷା ଦେଉଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+