Get Updates
Get notified of breaking news, exclusive insights, and must-see stories!

ମହିଳା ଦିବସ ଅବସରରେ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି: କମିଲା LPG ସିଲିଣ୍ତର ଦର

International Women's Day: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାମାନଙ୍କୁ ଏକ ବଡ ଭେଟି ଦେଇଛନ୍ତି । କେନ୍ଦ୍ର ସରକାର ସିଲିଣ୍ତର ମୂଲ୍ୟରେ ୧୦୦ ଟଙ୍କା ରିହାତି ଦେହାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପିଏମ ମୋଦୀ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

LPG International Womens Day


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଆଜି ମହିଳା ଦିବସ ଅବସରରେ ଆମେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ରିହାତି ଦେବାର ନିଷ୍ପତ୍ତି ନେଇଛୁ । ଏହା ମହିଳା ଜୀବନକୁ ସହଜ କରିବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ । ଏହି ପଦକ୍ଷେପ ପରିବେଶ ସୁରକ୍ଷାରେ ମଧ୍ୟ ସହାୟତା ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। "

ଏହା ବ୍ୟତୀତ ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ମଧ୍ୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । ମୋଦୀ କହିଛନ୍ତି, ଆମେ ଆମର ମହିଳା ଶକ୍ତିର ଶକ୍ତି, ସାହସ ଏବଂ ସ୍ଥିରତାକୁ ନମନ୍ କରୁଛୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତାକୁ ପ୍ରଶଂସା କରୁଛୁ। ଆମ ସରକାର ମହିଳାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ କରୁଛନ୍ତି। କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରହିଛି ।

ରାଜଧାନୀ ଦିଲ୍ଲୀ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ଥିଲା ଏବଂ ୧୦୦ ଟଙ୍କା ରିହାତି ପରେ ଏହାର ମୂଲ୍ୟ ୮୦୩ ଟଙ୍କା ଥିବାବେଳେ ଉଜୱାଲା ଯୋଜନାର ହିତାଧିକାରୀଙ୍କୁ ଦିଆଯାଇଥିବା ସବସିଡି ପରେ ଏହାର ମୂଲ୍ୟ ୬୦୩ ଟଙ୍କା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+