ଆସନ୍ତାକାଲି ପାଳନ କରାଯିବ ବିଶ୍ଵ ବ୍ୟାପି ଆନ୍ତର୍ଜାତିକ ମହିଳା ଦିବସ
ଆନ୍ତର୍ଜାତିକ ମହିଳା ଦିବସ ବିଶ୍ୱବ୍ୟାପି ଆସନ୍ତାକାଲି ପାଳନ କରାଯିବ । ଏହି ଦିନ ସାଂସ୍କୃତିକ, ଆର୍ôଥକ, ଜାତିଗତ ଓ ଭାଷାଗତ ନିର୍ବିଶେଷରେ ବିଶ୍ୱବ୍ୟାପି ମହଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ବାର୍ଭା ହେଉଛି - " ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ" ।

ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ ଜୀବନ ଯାତ୍ରାର ଅନୁଭୂତି ନମୋ ଆପ୍ ମାଧ୍ୟମରେ ଜଣାଇବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟସ୍ ମାଧ୍ୟମରେ ମହିଳାମାନେ ଆସନ୍ତାକାଲି ସେମାନଙ୍କର ବାର୍ତ୍ତା ଓ ଅନୁଭୂତି ବାଣ୍ଟି ପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନ ମହିଳାମାନଙ୍କ ସଫଳତା ଓ ଅବଦାନକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଅନ୍ୟମାନଙ୍କୁ ନଙ୍କୁ ଅନୁପ୍ରାଣିତ କରିବାରେ ସହାୟକ ହେବ ।












Click it and Unblock the Notifications