ଆସନ୍ତାକାଲିଠାରୁ ଭାରତ-ଆମେରିକା ମଧ୍ୟରେ ପୁନଃ ଆରମ୍ଭ ହେବ ଆନ୍ତର୍ଜାତିକ ଡାକସେବା
ଭାରତ-ଆମେରିକା ମଧ୍ୟରେ ଆନ୍ତର୍ଜାତିକ ଡାକସେବା ଆସନ୍ତାକାଲିଠାରୁ ପୁନଃ ଆରମ୍ଭ ହେବ । ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆମେରିକାର କଷ୍ଟମସ୍ ଏବଂ ବର୍ଡର ପ୍ରୋଟେକସନ୍ ବିଭାଗ ସହ ସମନ୍ୱୟ ରକ୍ଷା କରି ଭାରତୀୟ ଡାକ ବିଭାଗ ସେବା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ତ୍ୱରିତ ସେବା ପ୍ରଦାନ ତଥା ଏ କ୍ଷେତ୍ରରେ ରହିଥିବା ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଏହି ବ୍ୟବସ୍ଥା ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ଭାରତରୁ ଯାଉଥିବା ଡାକ ସାମଗ୍ରୀଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାରେ ବଣ୍ଟନ କରାଯିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୂଚନା ଯୋଗ୍ୟ ଅମେରିକା ପ୍ରଶାସନର ଏକ ନିର୍ଦ୍ଦେଶ ଆଧାରରେ ଭାରତରୁ ଆମେରିକାକୁ ଡାକସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା ।












Click it and Unblock the Notifications