ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍, ବ୍ୟାନ୍ ହେଲା ୨୩୨ ଚୀନ୍ ଲିଙ୍କ୍ ଥିବା ଆପ୍
ଚୀନ୍ ସହ ଜଡିତ କ୍ଷତିକାରକ ଆପ୍ ଭାରତରେ ପୁଣି ନିଷେଧ କରାଯାଇଛି । ଆଜି ଗୃହ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।

ଏହି ଆପଗୁଡିକର ଚୀନ ସଂଯୋଗ ସାମ୍ନାକୁ ଆସିବା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ସରକାର ପ୍ରାୟ ଛଅ ମାସ ପୂର୍ବରୁ ୨୮୮ଟି ଚାଇନିଜ୍ ଆପ୍ ବିଶ୍ଳେଷଣ କରିବା ଆରମ୍ଭ କରିଥିଲେ । ଯେଉଁ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଏହି ଆପଗୁଡ଼ିକ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ । ତେବେ ନିଶ୍ଚିତ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ଆପଗୁଡିକ ଆଇଟି ଆକ୍ଟର ଧାରା ୬୯କୁ ଉଲ୍ଲଂଘନ କରୁଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଭାରତରେ ପ୍ରାୟ ୨୩୦ଟି ଚାଇନିଜ୍ ଆପ୍ ବ୍ୟାନ୍ କରାଯାଇଛି । ସୂଚନା ଅନୁସାରେ, ଚାଇନିଜ୍ ଋଣ ଆପ୍ ଗୁଡିକ ଲୋକଙ୍କୁ ଟଙ୍କା ଋଣ ଦେବାକୁ ପ୍ରଲୋଭିତ କରାଯାଉଥିଲା । ଋଣ ନେବା ପରେ ସୁଧର ହାର ୩ ହଜାର ପ୍ରତିଶତ ବଢାଇ ଦିଆଯାଉଥିଲା । ଏକ ସର୍ଭେ ପରେ ଭାରତରେ ଏହି ସମସ୍ତ ଆପକୁ ବ୍ୟାନ୍ କରାଯିବା ସହ ଚୀନକୁ ଭାରତ ସରକାର ଏକ କଡା ଜବାବ ଦେଇଛନ୍ତି ।












Click it and Unblock the Notifications