Get Updates
Get notified of breaking news, exclusive insights, and must-see stories!

ବିଶ୍ବ ମାତୃ ଦିବସ: ମା'ର ତ୍ୟାଗ ଆଗରେ ନତମସ୍ତକ ସାରା ବିଶ୍ବ

ମାଆ' । ସଂସାରର ଯେତେ ଶ୍ରଦ୍ଧା- ମା'ଠୁ ଆରମ୍ଭ, ମା'ରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ ।

କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଆମେ କିଛି ବି କଲେ ତାହା ବହୁତ କମ୍‌ ପଡ଼ିଯିବ। ଆମକୁ ଏ ଦୁନିଆକୁ ଆଣିଥିବା ଓ ସମାଜରେ ଛିଡ଼ା କରାଇବାକୁ ନିଜକୁ ତିଳ ତିଳ ଜାଳିଥିବା ମାଆ ପ୍ରତି ସମ୍ମାନ ଓ ଭଲ ପାଇବା ପାଇଁ ଯୋଗ୍ୟା । ମାଆ କୁ ଭଲପାଇବା ଜାହିର କରିବା ଲାଗି ସେମିତିରେ ତ କିଛି ବିଶେଷ ଦିନର ଆବଶ୍ୟକତା ନାହିଁ । କିନ୍ତୁ 'ମଦର୍ସ ଡେ' ଆମକୁ ନିଜ ଭାବନା ପ୍ରକାଶ କରିବାକୁ ଏକ ବାହାନା ଓ ସୁଯୋଗ ଦେଇଥାଏ। ପ୍ରତି ବର୍ଷ ମେ ମାସ ଦ୍ଵିତୀୟ ରବିବାର ମାଆ ପାଇଁ ଏହି ବିଶେଷ ଦିନଟି ପାଳନ କରାଯାଏ ।

International Mother s Day

ମାତୃ ଦିବସର ଆରମ୍ଭ:
ପ୍ରଥମେ ଆମେରିକାରେ ମା'କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହେଲେ । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା'ଙ୍କୁ ଖୁବ୍ ଭଲ ପାଉଥିଲେ। ଏଥିଲାଗି ସେ କେବେ ବିବାହ ମଧ୍ୟ କରିନଥିଲେ। କାରଣ ବିବାହ କଲେ ମାଆ ଙ୍କୁ ଛାଡି ଶାଶୁ ଘରେ ରହିବାକୁ ପାଇଁ ପଡ଼ିଥାନ୍ତା। ଏନା ଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ 'ମଦର୍ସ ଡେ' ଭାବେ ପାଳନ କରିବା ଆରମ୍ଭ କଲେ। ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।

ମେ'ର ଦ୍ୱିତୀୟ ରବିବାର ପାଳନର କାରଣ ?
୧୯୧୪ ମସିହା ମେ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା। ଯେଉଁଥିରେ ଲେଖା ଥିଲା ସବୁ ବର୍ଷ ମେ'ର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ରୂପେ ପାଳନ କରାଯିବ। ଏହାପରେ ଆମେରିକା, ଭାରତ ଓ ଆହୁରି ବହୁ ଦେଶରେ ଏହା ପାଳନ ଆରମ୍ଭ ହୋଇଥିଲା।

କିପରି ହୁଏ ପାଳନ ?
ମା'କୁ ଭଲ ପାଇବାକୁ କୌଣସି ନିର୍ଦ୍ଦିଷ୍ଟ ଦିନର ଆବଶ୍ୟକତା ନାହିଁ। କିନ୍ତୁ ଏହି ଦିନ ମା'କୁ ଆହୁରି ସମ୍ମାନ ଦିଆଯାଇଥାଏ। ମା'ଙ୍କ ଋଣ ମରିବା ଯାଏ ଶୁଝିବା ଅସମ୍ଭବ। କିନ୍ତୁ ସେମାନଙ୍କ ମୁହଁରେ ଟିକେ ହସ ପାଇବା ଲାଗି ଏହି ଦିନ ସେମାନଙ୍କୁ ସରପ୍ରାଇଭଜ ଗିଫ୍ଟ ସହ ମାଆଙ୍କୁ ସମୟ ଦେଇଥାନ୍ତି ସନ୍ତାନ ମାନେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+