International Labour's Day: କେବେ ଓ କାହିଁକି ଆରମ୍ଭ ହେଲା ଶ୍ରମିକ ଦିବସ ପାଳନ ?

ମେ ୧ ତାରିଖ, ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଆଜି ସାରା ଦୁନିଆରେ ଶ୍ରମିକ ଦିବସ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ ।

କୌଣସି ଦେଶର ବିକାଶରେ ଶ୍ରମିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ର ଶ୍ରମିକମାନଙ୍କ କଠିନ ପରିଶ୍ରମ ଉପରେ ନିର୍ଭରଶୀଳ । କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରମିକମାନେ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶ୍ରମିକମାନଙ୍କ ପାଇଁ ଏକ ବିଶେଷ ଦିନ କେବେ ଏବଂ କିପରି ଉତ୍ସର୍ଗ କରାଯାଇଥିଲା? ପ୍ରଥମ ଥର ପାଇଁ ଶ୍ରମ ଦିବସ ପାଳନ କରିବାର ଆବଶ୍ୟକତା କାହିଁକି ହେଲା ?

International Labour s Day

କାହିଁକି ପାଳନ କରାଯାଏ ଶ୍ରମ ଦିବସ ?

ପ୍ରତିବର୍ଷ ମେ' ୧ ତାରିଖରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ କରାଯାଏ । ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିନ ପାଳନ କରିବାର ଢ଼ାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାରେ ପ୍ରଦର୍ଶନ କରିଥିଲେ ।

ଶହ ସହ ବର୍ଷ ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା । ଶ୍ରମିକମାନେ ଅଧିକ ସମୟ କାମ କରୁଥିଲେ । ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ । ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ । ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଫ୍ରେଞ୍ଚ କ୍ରାନ୍ତିକୁ ନଜରରେ ରଖି ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସ୍ତାବରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା । ଏହି ପ୍ରସ୍ତାବ ପାରିତ ହେବାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା ।

ଏହାପରେ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରିବା ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+