ବିହାରରେ ପଶିଲେ ୩ଆତଙ୍କବାଦୀ, ଜାରି ହେଲା ହାଇ ଆଲର୍ଟ
ବିହାରରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ପ୍ରବେଶ କରୁଥିବା ଖବର ମିଳିଛି । ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ଆକ୍ସନ ମୋଡ଼ରେ ରହିଛି । ସୂଚନା ଅନୁଯାୟୀ, ଏହି ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସମସ୍ତେ ପାକିସ୍ତାନୀ । ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା । ଆଦିଲ ହୁସେନ ଉସମାନ୍ ଉବାହଲପୁରର ବାସିନ୍ଦା । ସେହିପରି ତୃତୀୟ ମହମ୍ମଦ ଉସମାନ୍ ବାହାବଲପୁରର ବାସିନ୍ଦା । ଏହି ତିନି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ ।
ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ସୀମାନ୍ତ ଜିଲ୍ଲାଗୁଡ଼ିକର ଅଧିକାରୀଙ୍କ ସହ ସେୟାର କରାଯାଇଛି । ବିହାରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ମୁଖ୍ୟାଳୟ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି । ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିବା ପରେ ହାଇ ଆଲର୍ଟ ଜାରି କରାଯାଇଛି ।

ଅନ୍ୟପଟେ ଏହି ୩ ଜଣ ଆତଙ୍କବାଦୀ ଅଗଷ୍ଟ ଦ୍ବିତୀ' ସପ୍ତାହରୁ କାଠମାଣ୍ଡୁରେ ପହଂଚିଥିଲେ । ଏହାପରେ ବିହାରକୁ ଯାଇଥିଲେ । ଏଠାକୁ ଯାଇ ରେକି କରିବା ପରେ ଦେଶର ବିଭିନ୍ନ ଭାଗରେ ଅଘଟଣ ଘଟାଇବା ପାଇଁ ପ୍ଲାନିଂ କରୁଥିବା ଆଙ୍କା କରାଯାଉଛି ।












Click it and Unblock the Notifications