ଫେସବୁକ୍ ସର୍ଭର ଡାଉନ୍; ଖୋଲୁନି ସାଇଟ୍..
ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହୋଇଛି ଡାଉନ୍ । ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି । କିଛି ଏହାକୁ ବ୍ୟବହାର କରିପାରୁ ନ ଥିବା ବେଳେ କିଛି ହଠାତ୍ ଲଗ୍ ଆଉଟ୍ ହେଉଥିବା ଦେଖାଯାଉଛି । ଏପରକି ଏହାର ପ୍ରଭାବ ମେସେଞ୍ଜର ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି ।
ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଏହି ଅସୁବିଧା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଏଭଳି ସମସ୍ୟା ଉପୁଜିଛି । ତେବେ ମେଟା ତରଫରୁ ଏ ସମ୍ପର୍କରେ କୌଣସି ବି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।
ସୋସିଆଲ୍ ମିଡିଆ ସାଇଟ୍ ଟ୍ରାକ୍ କରୁଥିବା ସାଇଡ୍ ଡାଉନଡିଟେକ୍ଟରର ରିପୋର୍ଟ ଅନୁସାରେ ବିଶ୍ୱରେ ୩,୦୦,୦୦୦ ଫେସ୍ବୁକ ଆକାଉଣ୍ଟ ୪୭ ହଜାର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଡାଉନ୍ ହୋଇଛି । ସମସ୍ୟା ନେଇ ସାରା ବିଶ୍ୱରେ ଲୋକ ଚିତ୍ତିତ ଥିବା ବେଳେ ମେଟା ପକ୍ଷରୁ କିନ୍ତୁ କୌଣସି ସୂଚନା ଜାରି କରାଯାଇ ନାହିଁ

ସମଗ୍ର ବିଶ୍ୱରେ ସର୍ଭର ଡାଉନ ଉପରେ ନଜର ରଖୁଥିବା ଡାଉନଡିଟେକ୍ଟରରେ ଫେସବୁକ ଖରାପ ହେବାର ୯୦,୦୦୦ରୁ ଅଧିକ ରିପୋର୍ଟ ଦେଖାଯାଉଛି । ଇନଷ୍ଟାଗ୍ରାମରେ ୧୬,୦୦୦ରୁ ଅଧିକ ରିପୋର୍ଟ ରହିଛି ଯାହା ମେଟା (ଯିଏ କି ଏହି ଦୁଇଟି ପ୍ଲାଟଫର୍ମର ମାଲିକ) ପାଇଁ ବର୍ଷ ବର୍ଷ ମଧ୍ୟରେ ସବୁଠାରୁ ବଡ ସମସ୍ୟା ଅଟେ ।












Click it and Unblock the Notifications