Instagram Down: ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ୍, ୟୁଜର୍ସ ପଠାଇପାରୁନାହାଁନ୍ତି ମେସେଜ୍
ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ ହୋଇଯାଇଛି । ଏହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱର ହଜାର ହଜାର ଉପଭୋକ୍ତା ଇନଷ୍ଟାଗ୍ରାମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁଜରମାନେ ଇନଷ୍ଟାଗ୍ରାମର ଡାଇରେକ୍ଟ ମେସେଜ୍ (ଡ଼ିଏମ୍) ଫଚର ବ୍ୟବହାର କରିବାରେ ସାରା ବିଶ୍ୱରେ ହଜାର ହଜାର ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ୍ନ ହୋଇଛନ୍ତି ।
ସିଧାସଳଖ ମେସଜ୍ ପଠାଇବା ଏବଂ ଗ୍ରହଣ କରିବାରେ ଅସୁବିଧା ସମ୍ପର୍କରେ ହଜାର ହଜାର ଉପଭୋକ୍ତା ଅଭିଯୋଗ କରିଛନ୍ତି। ଡାଉନଡେଟେକ୍ଟରଙ୍କ ଅନୁଯାୟୀ, ଇନଷ୍ଟାଗ୍ରାମରେ ମେସେଜ୍ ପଠାଇବାରେ ସମସ୍ୟା ଅପରାହ୍ନ ୫.୧୪ ରୁ ଆରମ୍ଭ ହୋଇଥିଲା। ଉପଭୋକ୍ତାମାନଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଉପରେ ଆଧାର କରି ଡାଉନଡେକ୍ଟରର ସଂଖ୍ୟା ଆଧାରିତ ।

ପ୍ରଭାବିତ ଉପଭୋକ୍ତାମାନଙ୍କର ପ୍ରକୃତ ସଂଖ୍ୟା ଭିନ୍ନ ହୋଇପାରେ । ମେଟା ମାଲିକାନା ଥିବା ଫଟୋ ସେୟାରିଂ ପ୍ଲାଟଫର୍ମରେ ସମସ୍ୟା ଥିବା ଅଭିଯୋଗ କରି ଏପର୍ଯ୍ୟନ୍ତ ୨୫୦୦ ରୁ ଅଧିକ ରିପୋର୍ଟ ଦାଖଲ କରାଯାଇଛି।












Click it and Unblock the Notifications