ଏହି ରୋଗ ପାଇଁ ଦାୟୀ ନିଦ୍ରାହୀନତା!
ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସୁନିଦ୍ରା ପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନ ଥାନ୍ତି। ଫଳରେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।
ଯଦି ଏହା ଅଭ୍ୟାସରେ ପରିଣତ ହୋଇଯାଏ ତେବେ ତାହା ମସ୍ତିଷ୍କଜନିତ ରୋଗ ସୃଷ୍ଟି କରିପାରେ ବୋଲି ସତର୍କ କରାଇ ଦେଇଛନ୍ତି କାଲିଫର୍ନିଆ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ମାସ ଧରି ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥିବା କିଛି ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରି ସେମାନେ ଗବେଷଣା କରିଥିଲେ।

ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ମସ୍ତିଷ୍କଜନିତ ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରତିଦିନ ଆବଶ୍ୟକ ମୁତାବକ ଜଣେ ବ୍ୟକ୍ତି ନିଦ୍ରା ଯିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।












Click it and Unblock the Notifications