Get Updates
Get notified of breaking news, exclusive insights, and must-see stories!

'ବିକ୍ରାନ୍ତ ନାଁ ଶୁଣି ପାକିସ୍ତାନ ଭୟଭୀତ'

ଆଇଏନ୍‌ଏସ୍‌ ବ୍ରିକ୍ରାନ୍ତରେ ଦୀପାବଳି ପାଳନ କରିବା ସହ ଏହିଠାରୁ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିକ୍ରାନ୍ତର ନାଁ ଶୁଣି ଶୁତ୍ର ଦେଶ ଥରୁ ଥିବା କଥା ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଜୀ ସୂଚନା ଦେଇଛନ୍ତି ।

ରବିବାରରୁ ବିମାନବାହକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ରାତ୍ରୀ ଯାପନ କରିଥିଲେ । ସକାଳେ ସୂର୍ଯ୍ୟୋଦୟ ଦେଖିଥିଲେ । ନୌବୀରଙ୍କ ମଧ୍ୟରେ ରହିଥିବା ବେଳେ ସେ ଅନେକ କିଛି ଶିକ୍ଷା କରିଥିବା କଥା କହିଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

INS Vikrant

ଯୁଦ୍ଧ ସମୟରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନାଁ ଶୁଣି ପାକିସ୍ତାନ ଭୟଭୀତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି ।ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶତ୍ରୁମାନେ ଏହା ନାଁ ଶୁଣି ଭୟଭୀତ ହେଉଛନ୍ତି । ସେମାନଙ୍କ ମନୋବଳକୁ ଏହା ଦୁର୍ବଳ କରିଦେଉଥିବା କଥା ସେ ପ୍ରକାଶ କରିଛନ୍ତି ।

ଯୁଦ୍ଧ ସମୟରେ ସୈନ୍ୟମାନେ ଯାହା ଅନୁଭବ କରନ୍ତି ତାହା ବ୍ୟକ୍ତ କରିହେବା ନାହିଁ ବୋଲି ମୋଦୀ କହିଛନ୍ତି।ସୈନ୍ୟବାହିନୀ ସଶକ୍ତ ହେବା ପାଇଁ ସେମାନେ ଆତ୍ମ ନିର୍ଭରଶୀଳ ହେବା ଦରକାର ବୋଲି ମୋଦୀ କହିଛନ୍ତି । ଏବେ ଦେଶରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ ହେଉଥିବା କଥା ସେ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+