ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ: ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା
INS Sumitra: ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ । ସାମୁଦ୍ରିକ ଲୁଟେରାଙ୍କ କବଳରୁ ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା । ଭାରତୀୟ ନୌସେନା ଗତ 24 ଘଣ୍ଟା ମଧ୍ୟରେ ଆରବ ସାଗରରେ ସାମୁଦ୍ରିକ ଲୁଟେରାଙ୍କ କବଳରୁ 2ଟି ଜାହାଜ ଉଦ୍ଧାକ କରିଛି । ଗୋଟିଏ ଜାହାଜରୁ 19ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ 17 ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ।

ଭାରତୀୟ ନୌସେନା 28 ଏବଂ 29 ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ସୁମାଲିଆ ଲୁଟେରା ମାନଙ୍କ କବଳରୁ ଉଦ୍ଧାର କରିଛି । ଖବର ଅନୁସାରେ କୋଚିରୁ ପଶ୍ଚିମରେ ପ୍ରାୟ 700 ନଡିକଲ ମାଇଲ ଦୂରରେ ଇରାନର ଏକ ଜାହାଜକୁ ସୋମାଲିଆ ଲୁଟେରା ମାନେ ହାଇଜ୍ୟାକ୍ କରିଥିଲେ ଏହି ଘଟଣା ପରେ ଇରାନ ପକ୍ଷରୁ ଭାରତୀୟ ନୌସେନାକୁ ନିବେଦନ କରାଯାଇଥିଲା ।
INS Sumitra carries out 2nd successful Anti Piracy Ops – Rescuing 19 crew members and vessel from armed Somali pirates.
Indian Naval Ship Sumitra, having thwarted the piracy attempt on FV Iman, has carried out yet another successful anti-piracy operation off the East Coast of… pic.twitter.com/sHVJQIeSDG
— Press Trust of India (@PTI_News) January 30, 2024
ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ । 2ଟି ଜାହାଜକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ନିଜ ଯୁଦ୍ଧ ପୋତକୁ ପଠାଇଥିଲା । ଯାହାପରେ ଛତ୍ରଭଙ୍ଗ ଦେଇଥିଲେ ସୋମାଲିଆ ଲୁଟେରା ଏବଂ ଉଦ୍ଧାର ହୋଇଥିଲେ 17ଜଣ ମତ୍ସଜୀବୀ ।
ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତୀୟ ନୌସେନା ସୋମାଲି ଡକାୟତମାନଙ୍କୁ ଟାର୍ଗେଟ କରି ମତ୍ସ୍ୟଜୀବୀ ଜାହାଜକୁ ଉଦ୍ଧାର କରିଛି। ଏହାପୂର୍ବରୁ ଜାନୁଆରୀ 5 ରେ, INS ଚେନ୍ନାଇ ସୋମାଲିଆ ଉପକୂଳରୁ ଏକ ଜାହାଜ ସହ କିଛି କର୍ମଚାରୀଙ୍କୁ ସଫଳତାର ସହ ଉଦ୍ଧାର କରି ଜାହାଜରେ ଥିବା ସମସ୍ତ 15 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା। 15 ଜଣ ଭାରତୀୟ କ୍ରୁ ସଦସ୍ୟ ଡକାୟତମାନଙ୍କଠାରୁ କାର୍ଗୋ ଜାହାଜ MV Leela Norfolk କୁ ଉଦ୍ଧାର କରିଥିଲେ । ଏହି ଅପରେସନ୍ ମେରାଇନ୍ କମାଣ୍ଡୋସ୍ (MARCOS) ଦ୍ୱାରା କରାଯାଇଥିଲା ।












Click it and Unblock the Notifications