ବଢିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା 'INS ମୋର୍ମୁଗାଓ'

ବଢିଲା ନୌସେନାର ଶକ୍ତି, ସାମିଲ ହେଲା 'INS ମୋର୍ମୁଗାଓ'

INS Mormugao Features: ନୂଆଦିଲ୍ଲୀ: ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ 'INS ମୋର୍ମୁଗାଓ' ଆଜି ଭାରତୀୟ ନୌସେନାରେ ସାମିଲ ହେଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି । ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ହସ୍ତକ୍ଷେପ ମଧ୍ୟରେ ଭାରତୀୟ ନୌସେନାରେ ଏହି ଯୁଦ୍ଧ ଜାହାଜର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।

INS Mormugao

ଯୁଦ୍ଧ ଜାହାଜ ଅଧିଗ୍ରହଣ ସହିତ ଭାରତୀୟ ନୌସେନାର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି । ଆଧୁନିକ ଟେକନିକରେ ତିଆରି ସେନ୍ସର ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିଛନ୍ତି । ଏହି ଯୁଦ୍ଧ ଜାହାଜ ଭାରତୀୟ ନୌସେନାର ସବୁଠାରୁ ଦକ୍ଷ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁଜ୍ୱିତ । ଏହାର ଲମ୍ବ ୧୬୩ ମିଟର ଓ ପ୍ରସ୍ତ ୧୭ ମିଟର । ଏହାର ଓଜନ ୭ ହଜାର ୪ ଶହ ଟନ୍ । ଏଥିରେ ଚାରିଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି । 'INS ମୋର୍ମୁଗାଓ' ଘଣ୍ଟା ପ୍ରତି ୪୮ କିଲୋମିଟର ବେଗରେ ଗତି କରିପାରିବ । ତେବେ ଏହାର ଆଉ ଏକ ଖାସ କଥା ହେଲା ଜାହାଜ ବାହ୍ୟ ସ୍ତରକୁ ସ୍ୱତନ୍ତ୍ର ଷ୍ଟିଲରେ ନିର୍ମାଣ କରାଯାଇଛି ଯାହାକୁ ଶତ୍ରୁ ପକ୍ଷର ରାଡାର ଏହାର ସନ୍ଧାନ ପାଇପାରିବ ନାହିଁ । ସେହିପରି ଏହି ଯୁଦ୍ଧ ଜାହାଜରେ ଏକେ-୬୩୦ ଆଣ୍ଟି ମିସାଇଲ୍ ଗନ ସିଷ୍ଟମ ରହିଛି ଏବଂ ଦୁଇଟି ଆରବିଇୟୁ-୬୦୦୦ ଆଣ୍ଟି ସବମରିନ୍ ରକେଟ୍ ଲଞ୍ଚର ମଧ୍ୟ ଲଗାଯାଇଛି ।

ଏହି ଯୁଦ୍ଧ ଜାହାଜ ୧୯ ଡିସେମ୍ବର ୨୦୨୧ ରେ ପ୍ରଥମ ଥର ପାଇଁ ସମୁଦ୍ରରେ ପ୍ରବେଶ କରିଥିଲା ​​। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଜାହାଜକୁ ଭାରତୀୟ ନୌସେନାର 'Warship Design Bureau' ଡିଜାଇନ୍ କରିଛି । ଏହା ଏକ ସଂପୂର୍ଣ୍ଣ ସ୍ୱଦେଶୀ ଯୁଦ୍ଧ ଜାହାଜ । ଆଧୁନିକ ରାଡାର ସାହାଯ୍ୟରେ ନୌସେନା ହେଲିକପ୍ଟରଗୁଡିକ ଅତ୍ୟଧିକ ଖରାପ ପାଗରେ ମଧ୍ୟ ଏହି ଯୁଦ୍ଧ ଜାହାଜରେ ଅବତରଣ କରିବାକୁ ସକ୍ଷମ ହେବେ । ଏଥିରେ AK-630 ଆଣ୍ଟି ମିସାଇଲ୍ ବନ୍ଧୁକ ବ୍ୟବସ୍ଥା ମଧ୍ୟ ଅଛି । ଏହି ଯୁଦ୍ଧ ଜାହାଜ ପ୍ରୋଜେକ୍ଟ 15B ଅଧୀନରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଚାରୋଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପର ପ୍ରଥମ ଜାହାଜ INS ବିଶାଖାପାଟନମ୍ ଗତ ବର୍ଷ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଅବଶିଷ୍ଟ ଦୁଇଟି ଯୁଦ୍ଧ ଜାହାଜ ନିର୍ମାଣ ବର୍ତ୍ତମାନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+