ନୌସେନାରେ ସାମିଲ ହେଲା INS ଇମ୍ଫାଲ
ମୁମ୍ବାଇ:ଦେଶର ନୂଆ ଯୁଦ୍ଧ ଜାହାଜ INS ଇମ୍ଫାଲ ଆଜି (ଡିସେମ୍ବର୨୬) ଭାରତୀୟ ନୌସେନାରେ ସାମିଲ ହୋଇଛି । ନୌସେନାରେ ଆଇଏନଏସ ଇମ୍ଫାଲ ସାମିଲ ହେବାର କାର୍ଯ୍ୟକ୍ରମ ମୁମ୍ବାଇର ନାଭାଲ୍ ଡକ୍ ୱାର୍ଡରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ସିନ୍ଦେ ଓ ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ସମାରୋହକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଏବେ ଜଳ ପଥରେ ପୂର୍ବ ଅପେକ୍ଷା ଅଧିକ ଗତିବିଧି ଦେଖିବାକୁ ମିଳିଛି । ଏବେ ଭାରତର ବଢୁଥିବା ସାମରିକ ଶକ୍ତିକୁ ଦେଖି କିଛି ରାଷ୍ଟ୍ର ଇର୍ଷା କରୁଛନ୍ତି । INS ଇମ୍ଫାଲକୁ ୨୦ ଅକ୍ଟୋବର ୨୦୨୩ ରେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା ।
ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ 'ଇମ୍ଫାଲ ଯୁଦ୍ଧ ଜାହାଜ ନଭେମ୍ବର ୨୦୨୩ ରେ ଦୀର୍ଘ ଦୂରଗାମୀ ସୁପରସୋନିକ୍ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଥିଲା, ଯାହା ନୈସେନାରେ ସାମିଲ ହେବା ପୂର୍ବରୁ ଏହା ଯାହାଜର ପ୍ରଥମ ପରିକ୍ଷା ଥିଲା । ୧୬୩ ମିଟର ଲମ୍ବ, ୭,୪୦୦ ଟନ୍ ଓଜନ ଏବଂ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଇମ୍ଫାଲ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ହେଉଛି ଅନ୍ୟତମ ।

ପ୍ରତିରକ୍ଷା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଭାରତ ମହାସାଗରରେ ଚୀନ୍ର କାର୍ଯ୍ୟକଳାପ ମଧ୍ୟରେ ଆଇଏନଏସ ଇମ୍ଫାଲ ଭାରତୀୟ ନୌ ସେନାର କ୍ଷମତାକୁ ଦୃଢ଼ କରିବ । ଆଇଏନଏସ ଇମ୍ଫାଲ ହେଉଛି ପ୍ରଥମ ଯୁଦ୍ଧ ଜାହାଜ ଯାହାକି ଉତ୍ତର ପୂର୍ବର ଏକ ସହର ନାମରେ ନାମିତ । ଜାତୀୟ ନିରାପତ୍ତା, ସାର୍ବଭୌମତ୍ୱ ଏବଂ ସମୃଦ୍ଧତା ପାଇଁ ଏହି ଅଞ୍ଚଳର ଗୁରୁତ୍ୱ ଦୃଷ୍ଟିରୁ ଏହା ମଧ୍ୟ ଦେଖାଯାଉଛି ।
୨୦୧୯ ରେ, ରାଷ୍ଟ୍ରପତି ଏହି ଯୁଦ୍ଧ ଜାହାଜ ନାମକରଣକୁ ଅନୁମୋଦନ କରିଥିଲେ । ଏହା ଭାରତୀୟ ନୌସେନା ଦ୍ୱାରା ଭାରତରେ ପ୍ରସ୍ତୁତ କରାଯାଇଛି । ଏହି ଯାହାଜରେ ୭୫% ସ୍ୱଦେଶୀ ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇଛି । ଭାରତୀୟ ନୌସେନା ଦାବି କରିଛି ଯେ ଆଇଏନଏସ ଇମ୍ଫାଲ ହେଉଛି ସର୍ବଶ୍ରେଷ୍ଠ ଯୁଦ୍ଧ ଜାହାଜ । ହିନ୍ଦ ମହାସାଗରରେ ଚୀନ୍ର ବଢ଼ୁଥିବା ହସ୍ତକ୍ଷେପକୁ ଦୃଷ୍ଟିରେ ରଖି ଭାରତ ନିଜର ନୌସେନାକୁ ମଜବୁତ କରିବାରେ ରହିଛି ବ୍ୟସ୍ତ ।












Click it and Unblock the Notifications