ଭାରତୀୟ ନୌସେନାରେ ସାମିଲ ହେଲା 'INS ଭାଗିର'
ଆଜି ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ 'INS ଭାଗିର' । ଆଜି ଏହି ଶକ୍ତିଶାଳୀ ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି ।

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଆଜି ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ 'INS ଭାଗିର' । ଆଜି ଏହି ଶକ୍ତିଶାଳୀ ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି । ସୂଚନା ମୁତାବକ ଏହା ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇ ମାଜାଗନ୍ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଜ୍ ଦ୍ୱାରା ନିର୍ମିତ ହୋଇଛି ।
'INS ଭାଗିର'ହେଉଛି କଲାଭରୀ ଶ୍ରେଣୀର ପଞ୍ଚମ ବୁଡ଼ାଜାହାଜ । ପ୍ରୋଜେକ୍ଟ -75 ଅଧୀନରେ, ପ୍ରଥମ ବୁଡ଼ାଜାହାଜ INS କଲଭାରୀ ଡିସେମ୍ବର ୨୦୧୭ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ପରେ ସେପ୍ଟେମ୍ବର ୨୦୧୯ରେ ଦ୍ୱିତୀୟ ବୁଡ଼ାଜାହାଜ INS ଖଣ୍ଡେରୀ, ମାର୍ଚ୍ଚ ୨୦୨୧ରେ ତୃତୀୟ ବୁଡ଼ାଜାହାଜ INS କରଞ୍ଜ ଏବଂ ନଭେମ୍ବର ୨୦୨୧ରେ ଚତୁର୍ଥ INS ଭେଲାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଜି 'INS ଭାଗିର' ମଧ୍ୟ ଭାରତ ନୌସେନାରେ ସାମିଲ୍ ହୋଇଛି । ଷଷ୍ଠ ତଥା ଶେଷ ବୁଡ଼ାଜାହାଜ ୨୦୨୩
ଶେଷ ସୁଦ୍ଧା ନୌସେନାକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି ।
ଏହି ବୁଡ଼ାଜାହାଜ ୨୨୧ ଫୁଟ ଲମ୍ବ, ୪୦ ଫୁଟ ଉଚ୍ଚ, ୧୯ ଫୁଟ ଗଭୀର, ଓଜନ ୧୫୬୫ ଟନ୍ । ଏଥିରେ ପ୍ରାୟ ୧୧ କିଲୋମିଟର ଲମ୍ବା ପାଇପ୍ ଫିଟିଂ ଏବଂ ପ୍ରାୟ ୬୦ କିଲୋମିଟର କେବୁଲ ଫିଟିଂ କରାଯାଇଛି । ସ୍ୱତନ୍ତ୍ର ଇସ୍ପାତରେ ନିର୍ମିତ ବୁଡ଼ାଜାହାଜରେ ଉଚ୍ଚ ଟେନସାଇଲ୍ ଶକ୍ତି ଅଛି, ଯାହା ଅଧିକ ଗଭୀରତାରେ କାମ କରିବାର କ୍ଷମତା ଅଛି । ଏହି ବୁଡ଼ାଜାହାଜ ୪୫-୫୦ ଦିନ ପାଣିରେ ରହିପାରିବ ।
INS Vagir ଭିତରେ ୩୬୦ ବ୍ୟାଟେରୀ ସେଲ୍ ଅଛି । ପ୍ରତ୍ୟେକ ବ୍ୟାଟେରୀ ସେଲର ଓଜନ ପ୍ରାୟ ୭୫୦ କିଲୋଗ୍ରାମ । ଏହି ବ୍ୟାଟେରୀଗୁଡିକ ଆଧାରରେ, INS Vagir ୬୫୦୦ ନାଉଟିକାଲ୍ ମାଇଲ୍ ଦୂରତା ଯଥା ୧୨୦୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ।
ଏହା ଦୁଇଟି ୧୨୫୦ କିଲୋୱାଟ ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ । ଏହି ବୁଡ଼ାଜାହାଜ ୩୫୦ ମିଟର ଗଭୀରତାକୁ ଯାଇ ଶତ୍ରୁକୁ ଚିହ୍ନଟ କରିବାର ସକ୍ଷମ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications