ଇନଫୋସିସ ନାଁରେ ବଡ଼ ଅଭିଯୋଗ,୩୨ ହଜାର କୋଟିର GST'ଫାଙ୍କିବା ଅଭିଯୋଗ
Infosys GST: ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ପୁଣି ହେଡଲାଇନରେ ରହିଛି । ୩୨ ହଜାର କୋଟି ଟଙ୍କା ଜିଏସ୍ଟି ଛାଡ ଅଭିଯୋଗରେ ଟ୍ୟାକ୍ସ ବିଭାଗ ଇନଫୋସିସକୁ ଏକ ବିଜ୍ଞପ୍ତି ପ୍ରଦାନ କରିଛି। ହେଲେ କମ୍ପାନୀ ସମସ୍ତ ଦେୟ ଦେଇଥିବା ନେଇ ଦାବି କରୁଛି। ବର୍ତ୍ତମାନ ଏହି ପ୍ରସଙ୍ଗ କର୍ପୋରେଟ୍ ଦୁନିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ବହୁ ବିଶିଷ୍ଟ ଲୋକ ଏହାକୁ ସମାଲୋଚନା କରୁଛନ୍ତି ।
GST'ଫାଙ୍କିବାର ଏହି ମାମଲା ୧୦୧୭ ମସିହାରୁ ୨୦୨୨ ମସିହା ମଧ୍ୟରେ ଘଟିଥିବା ନେଇ ଜିଏସଟି ଇନଣ୍ଟେଲଜିନ୍ସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ କମ୍ପାନୀ ଉକ୍ତ ସମୟରେ ନିଜ ବିଦେଶୀ ଶାହାରୁ ପ୍ରାପ୍ତ କରିଥିବା ସେବା ଉପରେ କୌଣସି ଜିଏସଟି ପ୍ରଦାନ କରିନାହିଁ ବୋଲି କୁହାଯାଇଛି । ଇନଫୋସିସ ୩୨,୪୦୩ କୋଟି ଟଙ୍କାର GST ଫାଙ୍କିଥିବା ଅଭିଯୋଗ ହୋଇଛି।

ନୋଟିସ ଖବର ପ୍ରକାଶ ପାଇବା ପରେ ଇନଫୋସିସ୍ କହିଛି, କମ୍ପାନୀ ପକ୍ଷରୁ କୌଣସି ବକେୟା ଦେୟ ନାହିଁ, ସମସ୍ତ ଦେୟ ପ୍ରଦାନ କରାଯାଇ ସରିଛି । କମ୍ପାନୀ ଏହି ପ୍ରସଙ୍ଗରେ ରାଜ୍ୟ ତଥା କେନ୍ଦ୍ରର ସମସ୍ତ ନିୟମକୁ ସଠିକ୍ ଭାବରେ ପାଳନ କରୁଛି । ଦେଶରେ ପ୍ରଣିତ ନିୟମ ଅନୁଯାୟୀ ଏପରି ସେବା ଉପରେ କୌଣସି GST ଲାଗୁ ହୋଇନାହିଁ ।












Click it and Unblock the Notifications