ପରୀକ୍ଷା ସମୟରେ ଅଧିକ ଚାପଗ୍ରସ୍ତ ନ ହେବା ଲାଗି ଛାତ୍ରଛାତ୍ରୀମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପରାମର୍ଶ

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଅଧିକ ଚାପଗ୍ରସ୍ତ ନ ହେବା ଲାଗି ପରାମର୍ଶ ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ଏନ୍‍.ଡି.ଏମ୍‍.ସି. ଦ୍ୱାରା ପରିଚାଳିତ ଏକ୍ସଜାମ୍‍ ୱାରିୟର୍ସ୍‍ ଆର୍ଟ୍‍ ଫେଷ୍ଟିଭାଲ୍‍ରେ ଛାତ୍ରଛାତ୍ରୀମାନଙ୍କ ସହ ମତବିନିମୟ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଅଭିନେତା ଏବଂ କ୍ରୀଡ଼ାବିତ୍‍ମାନେ ତାଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ସେମାନେ ଉତ୍ତମ ପ୍ରଦର୍ଶନ କରିଥାନ୍ତି ।

ashwini vaishnaw

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାଧାରଣତଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ନ ଥାନ୍ତି ବରଂ ଅତ୍ୟଧିକ ଅଭିଳାଶ ଏବଂ ଆଶା ଯୋଗୁଁ ଚାପଗ୍ରସ୍ତ ହୋଇଥାନ୍ତି । ସେ କହିଛନ୍ତି, ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ମାର୍ଗ ଏବଂ ଅନେକ ବିକଳ୍ପ ରହିଛି । ତେଣୁ ଚାପଗ୍ରସ୍ତ ନ ହୋଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସଦ ସଦସ୍ୟ ବାନ୍‍ସୁରୀ ସ୍ୱରାଜ, ଏନ୍‍.ଡି.ଏମ୍‍.ସି. ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+