ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆତ୍ୟା ଭାରତରେ ପ୍ରଭାବ ; ବାଂଲାଦେଶ ରୋଗୀଙ୍କୁ ଚିକିତ୍ସା ଦେବାକୁ ମନା କଲା ଡାକ୍ତରଖାନା

ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କୋଲକାତାର ଏକ ଡାକ୍ତରଖାନା ଏକ ବଡ଼ ନିଷ୍ପତ୍ତି ନେଇଛି। ଜେଏନ୍ ହସ୍ପିଟାଲ କହିଛନ୍ତି ଯେ ସେ ବାଂଲାଦେଶୀ ରୋଗୀଙ୍କ ଚିକିତ୍ସା କରିବେ ନାହିଁ।

Kolkata JN Hospital

ହସ୍ପିଟାଲର ଜଣେ ଅଧିକାରୀ ଶୁଭ୍ରାଂଶୁ ଭକ୍ତ କହିଛନ୍ତି, ବାଂଲାଦେଶୀ ନାଗରିକମାନେ ନିଜ ଦେଶରେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି। ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର କରୁଛନ୍ତି। ତେଣୁ ସେମାନଙ୍କୁ ଭାରତରେ ଚିକିତ୍ସା ସେବା ଯୋଗାଇବା ଅନୁଚିତ। ଏଥିଲାଗି ତାଙ୍କ ହସ୍ପିଟାଲରେ ବାଂଲାଦେଶୀମାନଙ୍କୁ ଚିକିତ୍ସା ସେବା ନ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।

କଲକାତାର ସମସ୍ତ ଡାକ୍ତରଖାନା ଏପରି କରିବା ଉଚିତ ବୋଲି ଶୁଭ୍ରାଂଶୁ କହିଛନ୍ତି। ସେ ଆହୁରି କହିଛନ୍ତି, ବାଂଲାଦେଶ ସ୍ଵାଧୀନତା ହାସଲ କରିବାରେ ଭାରତର ବଡ଼ ଅବଦାନ ରହିଛି। ଏହା ସତ୍ବେ ସେଠାକାର ଲୋକେ ଭାରତ ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି। ଏହାର ପ୍ରତିବାଦ ସ୍ଵରୂପ ଆମେ ଏପରି ନିଷ୍ପତ୍ତି ନେଇଛୁ। ଅନ୍ୟ ଡାକ୍ତରଖାନାଗୁଡ଼ିକ ଆମକୁ ସମର୍ଥନ କରି ଏଭଳି ପଦକ୍ଷେପ ନେବା ଉଚିତ ବୋଲି ଶୁଭ୍ରାଂଶୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+