ଏଲ୍ଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଭୟରେ ଦୌଡ଼ିଲେ....
ସେନା ଯବାନମାନେ ସୋମବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ମେନ୍ଧାର ସେକ୍ଟର ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି)ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିବା ଜଣାପଡିଛି। ସୋମବାର ଭୋର ୫ଟା ସମୟରେ ଏଲଓସି ନିକଟରେ କିଛି ଲୋକ ଇତଃସ୍ତତ ଭାବେ ବୁଲୁଥିବା ଯବାନଙ୍କ ଦୃଷ୍ଟିକୁ ଆସିଥିଲା।

ପାଟ୍ରୋଲିଂ ଦଳ ଘଟଣାସ୍ଥଳ ନିକଟକୁ ଯାଉଥିବାବେଳେ ଆତଙ୍କବାଦୀମାନେ ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାପରେ ଆତଙ୍କବାଦୀମାନେ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିବା କୁହାଯାଇଛି। ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରହିଥିବା ଜଣାପଡିଛି।












Click it and Unblock the Notifications