Get Updates
Get notified of breaking news, exclusive insights, and must-see stories!

ଅସ୍ତ୍ରବିରତି ସତ୍ତ୍ବେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ସ୍ଥଗିତ ନିଷ୍ପତ୍ତି

ଆଜି ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି ଭାରତ ଓ ପାକିସ୍ତାନ । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଛି । ଭାରତୀୟ ସମୟ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି, କିନ୍ତୁ ଭାରତ ପାକିସ୍ତାନ ଉପରେ ଜଳ, ବ୍ୟାପାର, କୂଟନୈତିକ ଏବଂ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଛି, ଯାହା ଉପରେ କୌଣସି ଆଲୋଚନା ହୋଇନାହିଁ । ତାହା ଏବେ ବି ସେହିଭଳି ଜାରି ରହିବ ।

୨୨ ଅପ୍ରେଲ, ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆକ୍ସନ ନେଇ ସିନ୍ଧୁ ଜଳଚୁକ୍ତି, ପାକିସ୍ତାନୀ ଭିସା, ଟ୍ରେଡ ଡିପ୍ଲୋମାଟିକ ଏବଂ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲା ।

Indus Water Treaty
ପାକିସ୍ତାନ ଉପରେ ଲାଗି ରହିବ ଏହି ବ୍ୟାନ:
ସିନ୍ଧୁ ଜଳଚୁକ୍ତି ନିଲମ୍ବିତ ରହିବ । କୌଣସି ବ୍ୟବସାୟିକ ସଂପର୍କ ପୁନଃସ୍ଥାପିତ ହେବ ନାହିଁ ।
କୂଟନୈତିକ ସ୍ତରରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିବ । ପାକିସ୍ତାନକୁ ପଠାଯାଇଥିବା ଦୂତାବାସ କୂଟନୀତିଜ୍ଞମାନଙ୍କୁ ପୁନର୍ବାର ଡକାଯିବ ନାହିଁ । ପାକିସ୍ତାନ ଉପରେ ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଜାରି ରହିବ । କୌଣସି ମାଲବାହୀ ଜାହାଜ ଇତ୍ୟାଦି ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+