ଆହୁରି ଶକ୍ତିଶାଳୀ ହେବ ସ୍ଥଳ ସେନା, ସାମିଲ ହେବ T-72 ଟ୍ୟାଙ୍କ
ଶକ୍ତିଶାଳୀ ହେବ ଭାରତ । T-72 ଟ୍ୟାଙ୍କ ଭାରତୀୟ ସେନାକୁ ଦେବ ବଳ । ସେନାର T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ଭାରତ-ଋଷ ମଧ୍ୟରେ ହୋଇଛି । ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଡଲାରରେ T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ସ୍ବାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ସେନାର T-72 ଟ୍ୟାଙ୍କ ପାଇଁ ଋଷଠୁ ଇଞ୍ଜିନ କିଣିବ ଭାରତ ।

T-72 ଭାରତୀୟ ସେନାର ଏକ ପ୍ରମୁଖ ଟ୍ୟାଙ୍କ । ବର୍ତ୍ତମାନ ଏହା ୭୮୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଅଟେ । ୧୦୦୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଇଞ୍ଜିନ ଲଗାଯିବାକୁ ଚୁକ୍ତି କରାଯାଇଛି । ଏହା ଦ୍ବାରା ଭାରତୀୟ ସେନାର ଆତ୍ମରକ୍ଷାତ୍ମକ କ୍ଷମତାର ବୃଦ୍ଧି ହେବ । ସେନାର ଟି-୭୨ ଟ୍ୟାଙ୍କ ପାଇଁ ଋଷ ଠାରୁ ଇଞ୍ଜିନ କିଣିବ ଭାରତ ।
ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୦୦ ଏଚପି ଇଞ୍ଜିନ କିଣିବାକୁ ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଆମେରିକୀୟ ଡଲାରରେ (ପାଖାପାଖି ୨,୧୫୬ କୋଟି ଟଙ୍କା) ଚୁକ୍ତି ସ୍ବାକ୍ଷରିତ କରିଛି । ଚୁକ୍ତି ଅନୁସାରେ ଭାରତ ଋଷଠୁ T-72 ଟ୍ୟାଙ୍କ ୧୦୦୦ ହର୍ଷପାୱାର ଇଞ୍ଜିନ କିଣିବ । ଏହି ଇଞ୍ଜିନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଅର୍ଦ୍ଧପ୍ରସ୍ତୁତ ଅବସ୍ଥାରେ କିଣାଯିବ । ଇଞ୍ଜିନର ସଂଯୋଗ, ପରିବହନ ଏବଂ ଭାରତରେ ଲାଇସେନ୍ସ ପ୍ରାପ୍ତ ଇଞ୍ଜିନ ଉତ୍ପାଦନ ସହିତ ଟେକ୍ନୋଲୋଜି ପ୍ରଦାନ କରିବ ଋଷ ସଂସ୍ଥା । ଚେନ୍ନାଇ ଅଭାଡି ସ୍ଥିତ ହେଭି ଭେୟିକିଲ୍ ଫ୍ୟାକ୍ଟ୍ରିକୁ ପ୍ରଦାନ କରାଯିବ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications