ଇନ୍ଦୋର ରାମ ନବମୀ ପୂଜା ବେଳେ ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଇନ୍ଦୋର:ରାମନବମୀ ପୂଜା ବେଳେ ଅଘଟଣ । ମନ୍ଦିର କୂଆ ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ ଇନ୍ଦୋରରେ କାଲି ରାମନବମୀ ଦିନ ଭୁଶୁଡ଼ୁବାଥିଲା ଛାତ । ଏବେ ବି ଜଣେ ଶ୍ରଦ୍ଧାଳୁ ନିଖୋଜ ଏବଂ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି । ସେନା, NDRF ଏବଂ SDRF ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।
ସୂଚନା ଅନୁସାରେ, ରାମ ନବମୀ ଅବସରରେ ଇନ୍ଦୋର ବେଲେଶ୍ୱର ମହାଦେବଙ୍କ ମନ୍ଦିରର ହୋମ ଯଜ୍ଞ ଚାଲିଥିବା ବେଳେ ମନ୍ଦିର ପରିସରରେ ଥିବା ୪୦ ଫୁଟ୍ ଗଭୀର କୂଅ ଉପରେ ରହିଥିବା ଛାତ ଅଚାନକ ଭୁଶୁଡ଼ି ପଡିବା ଫଳରେ ପ୍ରାୟ ୫୦ ଜଣ ଭକ୍ତ କୂଅରେ ପଡିଯାଇଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ ଘଟଣାସ୍ଥଳରେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
ଇନ୍ଦୋର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମୋଟ୍ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଘରକୁ ମଧ୍ୟ ଫେରିଯାଇଛନ୍ତି । ବର୍ତ୍ତମାନ ଜଣେ ନିଖୋଜ ଅଛନ୍ତି । ଗତକାଲି ଅର୍ଥାତ୍ ଗୁରୁବାର ମଧ୍ୟାହ୍ନ ୧୨.୩୦ ଠାରୁ ବର୍ତ୍ତଲମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନା, NDRF ଏବଂ SDRF ଟିମ୍ ସାନିଲ ଅଛନ୍ତି ।
ସୂଚନା ଅନୁସାରେ, ମନ୍ଦିରରେ ଯଜ୍ଞ ଚାଲିଥିଲା ଏବଂ କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏହି କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢି ଯିବାରୁ କୂଅର ଛାତ ଭୁଶୁଡି ପଡିଥିଲା । ଲୋକେ କିଛି ଭାବିବା ପୂର୍ବାରୁ କୂଅ ଭିତରେ ଖସି ପଡିଥିଲେ । ମନ୍ଦିର ନିକଟରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଏହି କୂଅ ବେଆଇନ ଭାବେ ଏଠାରେ ତିଆରି କରାଯାଇଛି । ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।












Click it and Unblock the Notifications