ଶେଷ ହେଲା ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ପ୍ରଥମ ବୈଠକ

ଶେଷ ହେଲା ଭାରତ-ପାକିସ୍ତାନ ଭିତରେ DGMO ସ୍ତରୀୟ ବୈଠକ । ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଥମ ଡିଜିଏମଓ ବୈଠକ । ଭାରତର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନର ମେଜର ଜେନେରାଲ କାସିଫ୍ ଅବଦ୍ଦୁଲାଙ୍କ ମଧ୍ୟରେ ଖୋଲା ଆଲୋଚନା । ଅସ୍ତ୍ରବିରତି ପରେ ଏହି ଆଲୋଚନା ଶାନ୍ତିପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି ।

Indo-Pak DGMO talks end

ତେବେ ୧୦ ତାରିଖ ଦିନ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଘୋଷଣା ହୋଇଥିଲା । ଡିଜିଏମଓ ସ୍ତରରେ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପରେ ଏହି ଘୋଷଣା କରାଯାଇଥିଲେ ବି ସେହିଦିନ ରାତିରେ ହିଁ ପାକିସ୍ତାନ ପଟୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଗୁଳିମାଡ଼ ସହ ଡ୍ରୋନ ଭାରତ ଉପରେ ଆକ୍ରମଣ କରିଥିଲା । ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ଏହି ଆକ୍ରମଣ କରିଥିବା ରାତିରେ ପ୍ରେସମିଟ୍ କରି ସୂଚନା ଦେଇଥିଲେ ବୈଦେଶିକ ସଚିବ । ଆଉ ୧୨ ତାରିଖରେ ପୁଣି ଡିଜିଏମଓ ସ୍ତରୀୟ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+