ପୂର୍ବତନ ପିଏମ ଇନ୍ଦିରା ଗାନ୍ଧୀ ସ୍ୱିସ୍ ବ୍ୟାଙ୍କରୁ ଉଠାଇଥିଲେ ୬୦ କୋଟି ଟଙ୍କା ! ସ୍ୱିଜରଲ୍ୟାଣ୍ଡ ସଂସଦରେ ଉଠିଥିଲା ଏହି ବିଷୟ
ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ବାଚନ ଖର୍ଚ୍ଚ ପାଇଁ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କରୁ ୬୦ କୋଟି ଟଙ୍କା ଉଠାଇଥିବା ଜଣାଯାଇଛି । ସେତେବେଳେ ଏହି ବିଷୟକୁ ନେଇ ରାଜନୈତିକ ମାହୋଲ ବହୁତ ଉଷ୍ମ ହୋଇଥିଲା । ସ୍ୱିଜରଲ୍ୟାଣ୍ଡ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିଲା । ୩୧ ଡିସେମ୍ବର୧୯୭୯ ରେ ପ୍ରକାଶିତ ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ଏକ ସ୍ୱିସ୍ ବ୍ୟାଙ୍କରୁ ୬୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି ।
ଏହି ଘଟଣାର ଯାଞ୍ଚ ପାଇଁ ଭାରତ ସରକାର ସ୍ୱିଜରଲ୍ୟାଣ୍ଡ ସରକାରଙ୍କୁ ଚିଠି ଲେଖିଲେ । ସେ ଏହା ମଧ୍ୟ କହିଥିଲେ ଯେ ସେଠାରେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କାର ସବିଶେଷ ତଥ୍ୟ ଦେବାକୁ କେବଳ ସ୍ୱିଜରଲ୍ୟାଣ୍ଡର କୋର୍ଟ ନିର୍ଦ୍ଦେଶ ଦେଇପାରିବେ । ଯେହେତୁ ଏହି ଅପରାଧ ସ୍ୱିଜରଲ୍ୟାଣ୍ଡରେ ଘଟିଛି ଏବଂ ଇନ୍ଦିରା ଜଣେ ଭାରତୀୟ ନାଗରିକ, ତେଣୁ ଏହି ମାମଲାରେ ଟଙ୍କା ଖୋଜିବାରେ ଅସୁବିଧା ହେବ ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ପୂର୍ବରୁ ଖବର ଆସିଥିଲା ଯେ ଇନ୍ଦିରା ଗାନ୍ଧୀ ୪୦ କୋଟି ଟଙ୍କା ଉଠାଇ ଥିଲେ , କିନ୍ତୁ ପରେ ଏହା ସ୍ପଷ୍ଟ ହୋଥିଲା ଯେ ଏହି ରାଶି ୬୦ କୋଟି ଟଙ୍କା ଥିଲା । ସ୍ୱିଜରଲ୍ୟାଣ୍ଡ ସଂସଦରେ ଇନ୍ଦିରାଙ୍କ ଅର୍ଥ ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।ଏହି ବିଷୟରେ ଏକ ଖବର ୨୧ ଡିସେମ୍ବର ୧୯୭୯ ରେ ପ୍ରକାଶିତ ହୋଇଥିଲା, ଯାହା ଅନୁଯାୟୀ ଲକ୍ଷ୍ନୌର ହଜରତ ମହଲ ପାର୍କର ନିର୍ବାଚନ ସଭାରେ ଚୌଧୁରୀ ଚରଣ ସିଂ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।
ସେ ପ୍ରଶ୍ନ କରିଥିଲେ ଯେ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ପାଇଁ ୧୦ ହଜାର ଜିପ୍ କିଣିବା ପାଇଁ ଟଙ୍କା କେଉଁଠୁ ଆସିଲା ? ପ୍ରତ୍ୟେକ କଂଗ୍ରେସ ପ୍ରାର୍ଥୀଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିଦେଶରୁ ମୁମ୍ବାଇକୁ ବହୁ ପରିମାଣରେ ଟଙ୍କା ଆସୁଛି ।












Click it and Unblock the Notifications