ଶିକ୍ଷା ବିଭାଗ ନେଲା ବଡ଼ ନିଷ୍ପତ୍ତି, ଏଣିକି ଇନ୍ଦିରା ଗାନ୍ଧୀ ଜୟନ୍ତୀରେ ସ୍କୁଲ ଛୁଟି ହେବ ନାହିଁ
ନୂଆଦିଲ୍ଲୀ: ଏଣିକି ଆଉ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଦିନ ସ୍କୁଲ ଛୁଟି ହେବ ନାହିଁ । ଏଭଳି କିଛି ପଦକ୍ଷେପ ନେଇଛି ରାଜସ୍ଥାନ ଶିକ୍ଷାବିଭାଗ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଦିନ ସ୍କୁଲ ଛୁଟି ହେବ ନାହିଁ । ଅର୍ଥାତ ରାଜ୍ୟର କୌଣସି ସ୍କୁଲରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ନାହିଁ ।
ଏଥିସହିତ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଅବସରରେ ପଡୁଥିବା ଛୁଟିକୁ ହଟାଇ ଦିଆଯାଇଥିବା ଶିକ୍ଷାମନ୍ତ୍ରୀ ମଦନ ଦିଲାବର ସୂଚନା ଦେଇ କହିଛନ୍ତି । ଶିକ୍ଷାମନ୍ତ୍ରୀ ମଦନ ଦିଲାବର କହିଛନ୍ତି ଯେ, ଦେଶରେ ଅନେକ ମହାନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଦେଶ ପାଇଁ ଭଲ କାମ କରିଛନ୍ତି । ତେଣୁ ସେମାନଙ୍କ ଜୟନ୍ତୀ ପାଳନ କରାଯିବା ଉଚିତ ।
ପିଲାମାନେ ଉକ୍ତ ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଉଚିତ । ସେମାନଙ୍କୁ ଚିହ୍ନବା ଦରକାର । କାରଣ ଯେଉଁ ବ୍ୟକ୍ତିମାନଙ୍କ ଜୟନ୍ତୀ ପାଳନ ହେଉଛି ପିଲାମାନେ ତାଙ୍କ ବିଷୟରେ ଜାଣୁଛନ୍ତି ଚିହ୍ନୁଛନ୍ତି । ଅନ୍ୟ ମହାନବ୍ୟକ୍ତିଙ୍କ ବିଷୟରେ ସେମାନଙ୍କୁ କୌଣସି ପ୍ରକାର ଜ୍ଞାନ ମିଳି ପାରୁ ନାହିଁ । ତେଣୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନକୁ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟରେ ବିଜେପି ବିଧାୟକ ଗୋପାଲ ଶର୍ମା କହିଛନ୍ତି ଯେ ଯଦି ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଯେଉଁ ମାନଙ୍କର ସମ୍ମାନ ଅଛି ତେବେ ସେମାନେ ଏହି ଉତ୍ସବ ପାଳନ କରିବା ଉଚିତ୍, ଯିଏ ତାଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇବ ସେ ନିଶ୍ଚିତ ଭାବରେ ପାଳନ କରିବା ଉଚିତ୍ । ସେ ଆହୁରି କହିଛନ୍ତି ଯେ ଏହି କାର୍ଯ୍ୟ ରାଜସ୍ଥାନରେ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ହେବା ସହିତ ଆରମ୍ଭ ହୋଇଥିଲା ।
ଅନ୍ୟପକ୍ଷରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର କହିଛନ୍ତି ଯେ ଆମେ ତାଙ୍କ ଜନ୍ମ ବାର୍ଷିକୀ ନୁହେଁ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରିବୁ । ସାବରକରଙ୍କ ବିଷୟରେ ସେ କହିଛନ୍ତି ଯେ ସେ ଜଣେ ପ୍ରକୃତ ଦେଶପ୍ରେମୀ ତଥା ସ୍ୱାଧୀନତା ସଂଗ୍ରାମର ସୈନିକ । ସାବରକର ଜନ୍ମ ବାର୍ଷିକୀ ପାଳନ କରିବାକୁ ଶିକ୍ଷା ବିଭାଗ ରାଜି ହୋଇଛି ।












Click it and Unblock the Notifications