Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରକୁ ଯାଇଥିଲେ ଇନ୍ଦିରା ଗାନ୍ଧୀ, ଦିଦି ଦେଲେ ନୂଆ ‘ଚନ୍ଦ୍ରଜ୍ଞାନ’: ମମତାଙ୍କ ଆଉ ଏକ ଭିଡିଓ ଭାଇରାଲ

Mamata Banerjee: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାକାଶ ଜ୍ଞାନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ।

ଭିଡିଓରେ କହୁଛନ୍ତି ଯେ, 'ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା)ଙ୍କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି । ସେ ଉତ୍ତର ଦେଲେ 'ସାରେ ଜାହାଁ ସେ ଆଛା' । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଛନ୍ତି ।

Mamata Banerjee

ଏହା ପୂର୍ବରୁ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୩ର ସପ୍ଟ ଲ୍ୟାଣ୍ଡିଂ ପରେ ମମତା ବାନାର୍ଜୀଙ୍କ ଅନ୍ୟ ଏକ ବୟାନର ଭିଡିଓ ଭାଇରାଲ ହୋଇଥିଲା ଓ ସେତେବେଳେ ବି ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଥିଲା । ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କୁ ଭୁଲରେ ରାକେଶ ରୋଶନ ବୋଲି କହିଥିଲେ ମମତା ।

ଏହାପୂର୍ବରୁ ମଧ୍ୟ ଅନେକ ନେତାମାନେ ଚନ୍ଦ୍ରଯାନ-୩ କୁ ନେଇ ଅନେକ ଭୁଲ୍ ଭାଲ୍ ବୟାନ ଦେଇଛନ୍ତି। ଗତ ସପ୍ତାହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚନ୍ଦ୍ରଯାନ-୩ ବିଷୟରେ ପଚରାଯିବାରୁ ସେ ଏହା ବିଷୟରେ କିଛି ଜାଣି ନଥିଲେ । ଏହା ବ୍ୟତୀତ ରାଜସ୍ଥାନର କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା ମଧ୍ୟ ଏପରି ବିୟାନ ଦେଇଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+