Get Updates
Get notified of breaking news, exclusive insights, and must-see stories!

ଆଇରନ ଲେଡିଙ୍କୁ ମନେ ପକାଉଛି ସାରା ଦେଶ

ଆଇରନ ଲେଡିଙ୍କୁ ମନେ ପକାଉଛି ସାରା ଦେଶ

ଭୁବନେଶ୍ୱର: ହଠାତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କିଏ ଗୁଳି ମାରିଦେଲା ଆଉ ଟଳିଗଲେ ଇନ୍ଦିରା । ୧୯୮୪ ମସିହାରେ ଅକ୍ଟୋବର ୩୧ ଯାହା ପୁରା ଭାରତ ପାଇଁ ଏକ କଳା ଦିନ ଥିଲା । ଆଜି ଶ୍ରାଦ୍ଧ ବାର୍ଷିକୀରେ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି ସାରା ଦେଶ ।

ତେବେ ଶାସନ କାଳ ମଧ୍ୟରେ ପକିସ୍ଥାନକୁ ଅଲଗା କରିବାରେ ଇନ୍ଦିରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୧ ମସିହାରେ ସେ ପଡୋଶୀ ଦେଶ ପାକିସ୍ତାନ ଉପରେ ଏପରି ଆଘାତ ଦେଇଥିଲେ, ଯାହା ସେ ଆଜି ମଧ୍ୟ ଅନୁଭବ କରୁଛନ୍ତି । ପୂର୍ବ ପାକିସ୍ଥାନର (ବାଂଲାଦେଶ) ନାଗରିକଙ୍କ ଉପରେ ପାକିସ୍ତାନୀ ସେନା ଏପରି ଅତ୍ୟାଚାର କରିଥିଲା ​​ଯେ ସେଠାରେ ଥିବା ଲୋକମାନେ ନିଜ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ। ଫଳାଫଳ ହେଲା ପ୍ରାୟ ୧୦ ନିୟୁତ ଶରଣାର୍ଥୀ ପୂର୍ବ ପାକିସ୍ଥାନରୁ ଭାରତକୁ ପଳାଇଥିଲେ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦିରା ଗାନ୍ଧୀ ପାକିସ୍ତାନୀ ସେନାକୁ ଉଚିତ୍ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ପାକିସ୍ତାନର ଅପମାନଜନକ ପରାଜୟ ନୁହେଁ ବରଂ ୯୦,୦୦୦ ସୈନିକ ମଧ୍ୟ ଭାରତ ଦ୍ୱାରା ଯୁଦ୍ଧ ବନ୍ଦୀ ହୋଇଥିଲେ । ଏହି ଯୁଦ୍ଧ ସମାପ୍ତ ହେବା ପରେ ଏକ ନୂତନ ଦେଶ ଜନ୍ମ ହେଲା, ଯାହାକୁ ଆମେ ଆଜି ବାଂଲାଦେଶ ବୋଲି ଜାଣୁ। ପୂର୍ବ ପକିସ୍ଥାନ ଓ ପଶ୍ଚିମ ପାକିସ୍ଥାନ ଭାରତର ଦୁଇପଟେ ଥିବାରୁ ଭାରତ ଭିତରେ ସେମାନେ ଯିବା ଆସିବ କରୁଥିଲେ । ଯଦ୍ୱାରା ଦେଶରେ ବିଶୃଙ୍ଖଳା ସୃଷ୍ଠି ହେଉଥିଲା । ମାତ୍ର ଇନ୍ଦିରାଙ୍କ ଏହି ପଦକ୍ଷେପ ଦ୍ବାରା ସବୁ ଠିକ୍ ହୋଇପାରିଥିଲା ।

Indira Gandhi
ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଦାଖଲ ହୋଇଥିବା ପିଟିସନର ଶୁଣାଣି ପରେ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରାୟ ଦେଇଛନ୍ତି। କୋର୍ଟଙ୍କ ଦ୍ୱାରା ପ୍ରକାଶିତ ରାୟ ଅନୁଯାୟୀ, ଇନ୍ଦିରା ଗାନ୍ଧୀଙ୍କୁ ଆଗାମୀ ବର୍ଷ ପାଇଁ ନିର୍ବାଚନ ଲଢିବାକୁ ବାରଣ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ସଂସଦରୁ ଇସ୍ତଫା ଦେବାକୁ ମଧ୍ୟ କୁହାଯାଇଥିଲା, କିନ୍ତୁ ଇନ୍ଦିରା ଗାନ୍ଧୀ କୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ, ଯାହା ପରେ ସାରା ଦେଶରେ ତାଙ୍କ ବିରୋଧରେ ବିରୋଧ ଆରମ୍ଭ ହୋଇଥିଲା । ଏହି ପ୍ରତିବାଦରେ ତାଙ୍କ ଇସ୍ତଫା ଦାବି କରାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଇନ୍ଦିରା ଗାନ୍ଧୀ ଜୁନ୍ ୨୫,୧୯୭୫ ରେ ଜରୁରୀକାଳୀନ ଘୋଷଣା କରିଥିଲେ । ଏହା ପରେ ବହୁ ସଂଖ୍ୟାରେ ବିରୋଧକାରୀଙ୍କୁ ଗିରଫ କରାଯାଇଥିଲା । ତେବେ ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଗଣତନ୍ତ୍ରର 'କଳା ଦିବସ' ବୋଲି କୁହାଯାଉଛି ।

1972 ମସିହାରେ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା । ବାଂଲାଦେଶ ମୁକ୍ତି ସଂଗ୍ରାମ ପାଇଁ ତାଙ୍କୁ ମିଳିଥିଲା ମେକ୍ସିକାନ ଏକାଡେମୀ ପୁରସ୍କାର, ଖାଦ୍ୟ ଓ କୃଷି ସଂଗଠନ (FAO)ର ଦ୍ୱିତୀୟ ବାର୍ଷିକ ମେଡାଲ ଏବଂ 1976 ମସିହାରୋ ନାଗରୀ ପ୍ରଚାରିଣୀ ସଭା ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ସାହିତ୍ୟ ବାଚସ୍ପତି (ହିନ୍ଦୀ) ସମ୍ମାନ । 1953 ମସିହାରେ ତାଙ୍କୁ ମିଳିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ମଦର୍ସ ପୁରସ୍କାର, କୂଟନୀତି କ୍ଷେତ୍ରରେ ଉଲ୍ଲେଖୀନୟ କାର୍ଯ୍ୟବଳୀ ପାଇଁ ଇଟାଲୀର ଇସାବେଲ ଡି ଇଷ୍ଟେ ସମ୍ମାନ ଏବଂ ୟେଲ୍ ବିଶ୍ୱବିଦ୍ୟାଳୟର ହାଓଲାଣ୍ଡ ସ୍ମାରକୀ ପୁରସ୍କାର । 1967 ଏବଂ 1968ରେ କ୍ରମାଗତ ଭାବେ ଦୁଇ ବର୍ଷ ଧରି ଫ୍ରାନ୍ସର ଇନଷ୍ଟିଟ୍ୟୁଟ୍ ଅଫ୍ ପବ୍ଲିକ୍ ଓପିନିଅନ ଦ୍ୱାରା କରାଯାଇଥିବା ମତ ସଂଗ୍ରହରେ ସେ ଫ୍ରାନ୍ସବାସୀଙ୍କ ଦ୍ୱାରା ସବୁଠାରୁ ଆଦରଣୀୟ ମହିଳା ଭାବେ ଚୟନ ହୋଇଥିଲେ । 1971 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସ୍ୱତନ୍ତ୍ର ଗ୍ୟାଲପ ମତଗଣନା ସର୍ଭେ ଅନୁସାରେ ଇନ୍ଦିରା ଗାନ୍ଧୀ ଥିଲେ ବିଶ୍ୱର ସବୁଠାରୁ ଆଦରଣୀୟ ମହିଳା । ପ୍ରାଣୀ ସୁରକ୍ଷା ଲାଗି ତାଙ୍କର ବିଶେଷ ଅବଦାନକୁ ସମ୍ମାନ ଜଣାଇ 1971 ମସିହାରେ ଆର୍ଜେଂଟାଇନ୍ ସୋସାଇଟି ତାଙ୍କୁ ସମ୍ମାନସୂଚକ ଡିପ୍ଲୋମାରେ ଭୂଷିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+