ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ବିମାନସେବାରୁ ବଞ୍ଚିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି। ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ବାତିଲ ହୋଇଥିବା ବିମାନ ପାଇଁ ଟିକଟ ବୁକ୍‌ କରିଥିବା ଏବଂ ବିଭିନ୍ନ ବିମାନ ବନ୍ଦରରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ମୁଣ୍ଡପିଛା ୧୦ ହଜାର ଟଙ୍କାର ଟ୍ରାଭେଲ ଭାଉଚର (କୁପନ) ପ୍ରଦାନ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇସାରିଛି।

ଏଭଳି ଯାତ୍ରୀଙ୍କ ବିମାନ ନିର୍ଦ୍ଧାରିତ ଯାତ୍ରା ସମୟର ଚବିଶ ଘଣ୍ଟା ମଧ୍ୟରେ ବାତିଲ ହୋଇଥିଲା। ଶୁକ୍ରବାର ଏୟାରଲାଇନ୍ସ ପକ୍ଷରୁ ଏକ୍ସ ଆକାଉଣ୍ଟରେ କରାଯାଇଥିବା ପୋଷ୍ଟ ଅନୁଯାୟୀ ପ୍ରଭାବିତ ଯାତ୍ରୀମାନେ ଯେପରି ସହଜରେ ଏବଂ ସ୍ବଚ୍ଛ ଉପାୟରେ ଭାଉଚର ପାଇବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଭଳି ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଜାନୁଆରୀ ସୁଦ୍ଧା ସେମାନେ ଭାଉଚର ପାଇବେ ବୋଲି କୁହାଯାଇଛି।

IndiGo

ଶନିବାରଠାରୁ ଇଣ୍ଡିଗୋ ଦେଶବ୍ୟାପୀ ୨୦୦୦ ଉଡାଣ ଅଭିଯାନ ଆରମ୍ଭ କରିଛି। ପୂର୍ବରୁ ଦୈନିକ ୨୨୦୦ ଉଡାଣ ପାଇଁ ଇଣ୍ଡିଗୋକୁ ଅନୁମତି ମିଳିଥିଲା। ତେବେ ଡିସେମ୍ବର ପ୍ରଥମ ସପ୍ତାହରୁ ଯେଉଁ ଅବ୍ୟବସ୍ଥା ଉପୁଜିଥିଲା, ସେହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହାର ଦୈନିକ ଉଡାଣ ସଂଖ୍ୟା ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଶୁକ୍ରବାର ୧୯୫୦ଟି ଉଡାଣ କାର୍ଯ୍ୟକାରୀ ହୋଇଥିବା କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+