ମଝି ଆକାଶରେ ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ, ଜାଣନ୍ତୁ ତା' ପରେ କଣ ହେଲା
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିବା ବେଳେ ବିମାନ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତୀ ଯାଇଛି ବିମାନଟି। ଖବର ମୁତବକ ଆସାମର ଦିବ୍ରୁଗଡରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନଟିରେ ଜଣେ ଯାତ୍ରୀଙ୍କ ମୋବାଇଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।। ଜଣେ ବିମାନ କର୍ମଚାରୀ ଏହା ପ୍ରଥମେ ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ମୋବାଇଲଟିରେ ନିଆଁ ଲାଗିଯାଇଥିଲା।

ମୋବାଇଲରୁ ନିଆଁ ଲିଭାଇବା ପାଇଁ କର୍ମଚାରୀ ଜଣକ ତୁରନ୍ତ ନିଆଁ ଲିଭା ଯନ୍ତ୍ର ବ୍ୟବହାର କରିଥିଲେ। ତେବେ ଏହି ସମୟରେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ମୋବାଇଲକୁ ସୁରକ୍ଷିତ ଭାବରେ ଧରି ବିମାନ କର୍ମଚାରୀ ଜଣକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲାଗିଯିବା ଫଳରେ ଯାତ୍ରୀମାନେ ଭଗବାନଙ୍କୁ ସ୍ମରଣ କରୁଥିବା ଦେଖିବାକୁ ମିଳିଥିଲା।। ନିଆଁ ଆୟତ୍ତ ହୋଇଯିବା ପରେ ଯାତ୍ରୀମାନେ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କେମିତି ଲାଗିଲା ନିଆଁ:
ସୂଚନା ମୁତବକ ଇଣ୍ଡିଗୋ ବିମାନ 6E 2037 ଗୁରୁବାର ମଧ୍ୟାହ୍ନରେ ଦିବ୍ରୁଗଡରୁ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଟେକ ଅପର କିଛି ସମୟ ପରେ ମଝି ଆକାଶରେ ହଟାତ ଜଣେ ଯାତ୍ରୀଙ୍କ ମୋବାଇଲରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଲେ ବିମାନ କର୍ମଚାରୀ। କିଛି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଉକ୍ତ ମୋବାଇଲରେ ନିଆଁ ଲାଗିଯାଇଥିଲା। ଡ଼ିଜିସିଏର ତଥ୍ୟ ମୁତାବକ ଅତ୍ୟଧିକ ବ୍ୟବହାର ଫଳରେ ମୋବାଇଲରେ ବ୍ଯାଟେରୀ ଗରମ ହୋଇଯାଇଥିଲା। ଏହି କାରଣରୁ ମୋବାଇଲଟି ନିଆ ଲଗାଇଯାଇଥିବା ଅନୁମାନ କରାଯାଇଛି। ଇଣ୍ଡିଗୋ ବିମାନ କତୃପକ୍ଷ ଏହି ଘଟଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଏହିଭଳି ଅପ୍ରତ୍ଯାଶିତ ଘଟଣା ତଥା ଜରୁରୀକାଳୀନ ପରିସ୍ଥିତି ପାଇଁ ଆମର କର୍ମଚାରୀଙ୍କୁ












Click it and Unblock the Notifications