ବିମାନ ଉଡାଣରେ ବିଳମ୍ବ: ପାଇଲଟଙ୍କୁ ମୁଥା ମାରିଲେ ଯାତ୍ରୀ

Indigo Flight: ଆଜି ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଇଣ୍ତିଗୋ ବିମାନରେ ବସିଥିବା ଜଣେ ଯାତ୍ରୀ ପାଇଲଟଙ୍କୁ ଆକ୍ରମଣ କରିଛନ୍ତି । ତେବେ ବିମାନ ବଳମ୍ବ ହେବା ନେଇ ପାଇଲଟ ଘୋଷଣା କରୁଥିଲେ ଯେଉଁଥିପାଇଁ ଯାତ୍ରୀ କ୍ରୋଧିତ ହୋଇ ଯୁବକ ଜଣକ ପାଇଲଟଙ୍କୁ ମୁଥା ମାରିଛନ୍ତି ।

ସୋମବାର ଦିନ ଦିଲ୍ଲୀରୁ ଗୋଆ ବିମାନରେ ଏପରି ଘଟଣା ଘଟିଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଯାତ୍ରୀ ଫ୍ଲାଇଟ୍ ବିଳମ୍ବ ହେବା ଫଳରେ ପାଇଲଟଙ୍କ ଆଡକୁ ଦୌଡ଼ିଯାଇ ତାଙ୍କୁ ମୁଥା ମାରିଥିବାର ନଜର ଆସିଛନ୍ତି।

IndiGo passenger assaults pilot

ତେବେ ଦିଲ୍ଲୀ ବିମାନ ବନ୍ଦରରେ କୁହୁଡି ଯୋଗୁଁ ପ୍ରାୟ ୧୦୦ରୁ ଅଧିକ ବିମାନ ଉଡାଣ ବିଳମ୍ବିତ ହୋଇଥିଲା । ଯାହା ମଧ୍ୟରୁ ଦିଲ୍ଲୀ-ଗୋଆ ଫ୍ଲାଇଟ୍ ମଧ୍ୟ ସାମିଲ ଥିଲା । ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ତିଗୋ ବିମାନର ପାଇଲଟ ପାସେଞ୍ଜର ଚାମ୍ବର୍ସକୁ ଆସି ବିନା ଉଡାଉ ବିଷୟରେ ସୂଚନା ଦେବା ସମୟରେ ଜଣେ ବ୍ୟକ୍ତି ରାଗି ଯାଇ ତାଙ୍କ ପାଇଲଟଙ୍କୁ ଏକ ମୁଥା ମାରିଥିଲେ । ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓ ଶେଷରେ ଆଉ ଜଣେ ବ୍ୟକ୍ତି ଯୁବକ ଜଣଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ପ୍ରଥମେ ରବିବାର ରାତିରେ ଇଭେଗେନିଆ ବେଲସ୍କାୟାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରାଯାଇଥିଲା ।

ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନିନ୍ଦା କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ପ୍ଲାଇଟ୍ ବିଳମ୍ବରେ ପାଇଲଟ କିମ୍ବା କ୍ୟାବିନ କ୍ରୁଙ୍କର କ'ଣ ସମ୍ପର୍କ ଅଛି, ସେମାନେ ନିଜ କାର୍ଯ୍ୟ କରୁଛନ୍ତି । ଏହି ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କୁ ନୋ-ଫ୍ଲାଏ ତାଲିକାର ରଖାଯାଉ ବୋଲି ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+