ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଇଣ୍ଡିଗୋ ଏୟାର ଲାଇନ୍ସ , ଜାଣନ୍ତୁ କାରଣ.....
ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରାଇଜିଂ ଲାୟନ। ଇରାନର ଅନେକ ଆଣବିକା ଓ ସାମରିକ ସ୍ଥଳ ଉପରେ ଜୋରଦାର ହମଲା କରିଛି ଇସ୍ରାଏଲ । ବିଶେଷ କରି ନତାଞ୍ଜସ୍ଥିତ ଇରାନର ପ୍ରମୁଖ ୟୁରାନିୟମ ଏନରିଚମେଣ୍ଟ ସ୍ଥଳ ଉପରେ ବି ହମଲା ହୋଇଛି। ଅନ୍ୟପଟେ ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଭାରତୀୟଙ୍କ ସମସ୍ୟା ହୋଇପାରେ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଯାତ୍ରା କରୁଥିବା ଲୋକ ବିମାନର ଷ୍ଟାଟସ ଚେକ୍ କରିବାକୁ ଅପିଲ କରାଯାଇଛି ।
ଇଣ୍ଡିଗୋ ତରଫରୁ କୁହାଯାଇଛି କି, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଇରାନ ଏୟାରସ୍ପେସ ଉପଯୋଗ କରାଯାଇପାରୁନାହିଁ । ତେଣୁ କିଛି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି, ଆଉ କିଛି ବିମାନ ବିଳମ୍ବରେ ଚାଲୁଛି । ଇଣ୍ଡିଗୋ ତରଫରୁ ସୋଶିଆଲ ମିଡ଼ିଆ ଏକ୍ସ ରେ ଲେଖାଯାଇଛି, ଇରାନ ଏବଂ ଆଖପାଖରେ ଏୟାରସ୍ପେସ ଏବେ ଉପଲବ୍ଧ ନାହିଁ ।

କିଛି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି, ଏଥିପାଇଁ ସମୟ ମଧ୍ୟ ଅଧିକ ହୋଇପାରେ, ଆଉ କିଛି ବିମାନ ବିଳମ୍ବରେ ଯାତ୍ରା କରିପାରିବେ । ଏୟାରପୋର୍ଟକୁ ବାହାରିବା ପୂର୍ବରୁ ଆମ ୱେବସାଇଟ କିମ୍ବା ମୋବାଇଲ ଆପରେ ନିଜର ଫ୍ଲାଇଟ ଷ୍ଟାଟସ ଚେକ୍ କରିବାକୁ ପରାମର୍ଶ । ଆମ ଟିମ୍ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଉପଲବ୍ଧ । ଆପଣଙ୍କ ଧୈର୍ଯ୍ୟ ଏବଂ ସୁରକ୍ଷିତ ଯାତ୍ରା ପାଇଁ ଆମେ ସୁନିଶ୍ଚିତ ଚେଷ୍ଟା କରୁଛୁ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ନ ହେଉ ।












Click it and Unblock the Notifications