କମ ଇନ୍ଧନ ଯୋଗୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ, ଯାତ୍ରା କରୁଥିଲେ ୨୬୮ ଯାତ୍ରୀ

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାୟ ଗୋଟିଏ ସପ୍ତାହ ପରେ ଅନ୍ୟ ଏକ ବିମାନର ପାଇଲଟ୍ MAYDAY କଲ୍ କରିଛନ୍ତି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ବିମାନର ପାଇଲଟ୍ ଏହି ଜରୁରୀକାଳୀନ କଲ୍ କରିଥିଲେ। ଏହି ଘଟଣାଟି ଜୁନ୍ ୧୯ ତାରିଖରେ ଘଟିଥିଲା ବେଳେ ଏହାକୁ ନେଇ ଯାତ୍ରୀଙ୍କ ଗହଣରେ ଆତଙ୍କ ଖେଳିଯାଇଥିଲା।

IndiGo flight

ସୂଚନା ଅନୁଯାୟୀ, ଉଡାଣ ପରେ ପାଇଲଟ୍ ବିମାନରେ ଇନ୍ଧନର ଅଭାବ ଦେଖିଥିଲେ, ଯାହା ପରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ MAYDAY କଲ୍ କରିଥିଲେ। ଯାହା ପରେ ବିମାନକୁ ତୁରନ୍ତ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

MAYDAY କଲ୍ ହେଉଛି ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଜରୁରୀକାଳୀନ କଲ୍। ବିମାନ ଚଳାଚଳ ଭାଷାରେ କହିବାକୁ ଗଲେ, ଯେତେବେଳେ ଏକ ବିମାନ ବିପଦରେ ଥାଏ ସେତେବେଳେ ଏହି କଲ କରାଯାଇଥାଏ।

ବିମାନବନ୍ଦର ଅଧିକାରୀଙ୍କ କହିବାନୁଯାୟୀ, ଗୌହାଟିରୁ ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନର ପାଇଲଟ୍ ଲକ୍ଷ୍ୟ କରିଥିଲେ ଯେ ବିମାନରେ ପର୍ଯ୍ୟାପ୍ତ ଇନ୍ଧନ ନାହିଁ। ତେଣୁ ଚେନ୍ନାଇ ଆସୁଥିବା ବିମାନକୁ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁଥିରେ ୧୬୮ ଜଣ ଯାତ୍ରୀ ଥିଲେ।

ବେଙ୍ଗାଲୁରୁ ବିମାନବନ୍ଦରରେ ପୁନଃ ଇନ୍ଧନ ଭର୍ତ୍ତି କରିବା ପରେ ବିମାନକୁ ଚେନ୍ନାଇ ପଠାଯାଇଥିଲା। ରିପୋର୍ଟ ଅନୁସାରେ ଏହି ବିମାନର ପାଇଲଟମାନଙ୍କୁ ବର୍ତ୍ତମାନ ପାଇଁ ଡ୍ୟୁଟିରୁ ହଟାଇ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+