ପୁଣି ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ, ବିମାନରେ ଥିଲେ ୧୮୦ ଜଣ ଯାତ୍ରୀ

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ । ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।

IndiGo flight

ସେପଟେ ଗତ ମଙ୍ଗଳବାର ଦିନ ନାଗପୁରରେ ମଧ୍ଯ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।

ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବିମାନକୁ ନେଇ ଅଘଟଣର ଖବର । କେଉଁଠି ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଗେଟ୍ ବନ୍ଦ ହୋଇଯାଉଛି । ବିମାନକୁ ନେଇ ଏମିତି ଖବର ଆସୁଥିବାରୁ ଯାତ୍ରୀମାନେ ଭୟଭୀତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+