ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ୧୭୫ ଯାତ୍ରୀ
ପାଟନାରୁ ରାଞ୍ଚି ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଏକ ପକ୍ଷୀ ଧକ୍କା ଦେବା ପରେ ବିମାନଟିକୁ ରଞ୍ଚି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୭୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।ଅଧିକାରୀଙ୍କ କହିବା ଅନୁସାରେ ରାଞ୍ଚିର ବିର୍ସାମୁଣ୍ଡ ଏୟାରପୋର୍ଟରେ ୧୭୫ ଜଣ ଯାତ୍ରୀଙ୍କୁ ନେଇ ବିମାନର ଏପର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା। କୁହାଯାଉଛି ଯେ କେବଳ ବିମାନ (ଏୟାରବସ୍ ୩୨୦)କୁ କ୍ଷତି ହୋଇଛି। ସେଥିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏୟାରପୋର୍ଟର ଡାଇକ୍ଟେର ଆରଆଣ ମୋର୍ଯ୍ୟ କହିଛନ୍ତି, ରାଞ୍ଚି ପାଖରେ ଇଣ୍ଡିଗୋର ଏକ ବିମାନ ପକ୍ଷୀ ସହ ମାଡ଼ ହୋଇଥିଲା। ଯେତେବେଳେ ଏହି ଘଟଣା ଗଟିଥିଲା ବିମାନ ୧୦-୧୨ ନଟିକାଲ ମାଇଲ୍ସ ଦୂର ୩୦୦୦-୪୦୦୦ ଫୁଟ୍ ଉଚ୍ଚତାରେ ଥିଲା।

ଖବର ଅନୁସାରେ, ବିମାନ ପାଟନାରୁ ୧୭୫ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା। ଲ୍ୟାଣ୍ଡି ପୂର୍ବରୁ ପ୍ରାୟ ୪ ହଜାର ଫୁଟର ଉଚ୍ଚତାରେ ଉହୁଥିବା ଏକ ପକ୍ଷୀ ବିମାନକୁ ଧକ୍କା ମାରିଥିଲା। ଏହାପରେ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି। ଅନ୍ୟ ଏକ ସୁତ୍ରରୁ କୁହାଯାଇଛି ଯେ, ବାର୍ଡ ହିଟ୍ ବେଳେ ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି।












Click it and Unblock the Notifications